ଭଞ୍ଜନଗର ଡାକ୍ତରଖାନାରେ ଅଭିଜ୍ଞଡାକ୍ତର ମାନଙ୍କୁ ନେଇ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ
ଭଞ୍ଜନଗର, ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟ ପରିସରରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଚିକିତ୍ସକ ସଂଘ ଓ ସିଲ୍କ ସିଟି ସର୍ଜନ କ୍ଲବ ପକ୍ଷରୁ ଅନୁଷ୍ଠିତ ଏହି ଶିବରକୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ | ବହୁ ଅଭିଜ୍ଞ ଡାକ୍ତର ଯୋଗ ଦେଇ ରୋଗୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ମାଗଣା ଔଷଧ ବଣ୍ଟନ କରିଥିଲେ । ମେଡିକାଲ ଅଧୀକ୍ଷକ ଡା.ସୀତାଂଶୁ ଶେଖର ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାକ୍ତନ ସିଡିଏମ୍ଓ ଡା.ବିଜୟ କୁମାର ପଣ୍ଡା, ଅବସରପ୍ରାପ୍ତ ସର୍ଜରି ପ୍ରଫେସର ଡା.ଚରଣ ପଣ୍ଡା ୟୁରୋଲୋଜି ବିଶେଷଜ୍ଞ ଡା.କମଳାକାନ୍ତ ପାଣିଗ୍ରାହୀ, ଅବସରପ୍ରାପ୍ତ ଜିଲ୍ଲାଚିକିତ୍ସାଧିକାରୀ ଡା.ପ୍ରସନ୍ନ କର, ଏସ୍କେସିଜି ମେଡିକାଲ କଲେଜସର୍ଜରି ବିଭାଗ ପ୍ରଫେସର ଡା.ଆଇ.ଗୋପାଳ, ସର୍ଜରି ବିଶେଷଜ୍ଞ ଡା.ପ୍ରଭାତ ପାଣିଗ୍ରାହୀ, ସର୍ଜରି ପ୍ରଫେସର ଡା.ମନୋଜ ସେଠୀ, ଅବସରପ୍ରାପ୍ତ ସିଡିଏମ୍ଓ ତଥା ଶଲ୍ୟ ଚିକିତ୍ସା ବିଶେଷଜ୍ଞ ଡା.ସରୋଜ ମିଶ୍ର ପ୍ରମୁଖ ସ୍ବାସ୍ଥ୍ୟ ଶିବିରରେ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ ପରିଚାଳନାରେ ସହଯୋଗ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ ,୨୭/୧୦/୨୦୨୫---୭,୪୫ Sakhigopal News,27/10/2025


