ଅଁଳା ନବମୀ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ
ସାକ୍ଷୀଗୋପାଳ ---- ରାତି ପାହିଲେ ସାକ୍ଷୀଗୋପାଳ ମନ୍ଦିରରେ ମା ରାଧାରାଣୀଙ୍କ ପାଦଦର୍ଶନ । ଏହି ଦୁର୍ଲଭ ଦର୍ଶନ କରିବାକୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ପ୍ରଶାସନ ଆକଳନ କରିଛି । ଏହି ଅବସରରେ ଶ୍ରୀସାକ୍ଷୀଗୋପୀନାଥ ନଟବର ବେଶ ସାଙ୍ଗକୁ ତା ରାଧାରାଣୀଙ୍କ କାଣିଆ କଛା ସାଙ୍ଗକୁ ଓଡିଆଣି ବେଶରେ ଦର୍ଶନ ଦେବେ । ଏଥିପାଇଁ ପ୍ରଶାସନ ପକ୍ଷରୁ ୧୪ଥାକିଆ ବାରେକେଡ କରାଯାଇ ଉପରେ ସାମିଆନା ଲଗାଯାଇଛି । ମନ୍ଦିର ପରିସରରେ ଅଁଳା ବ୍ରୁକ୍ଷ ନିକଟରେ ରାଇଦାମୋଦର ପୂଜା କରାଯିବାର ଦ୍ରୁଶ୍ଯକୁ ସାର୍ବଜନୀନ କରାଯିବା ପାଇଁ ବୈଦ୍ଯୁତିକଯନ୍ତ୍ର ନିୟୋଜିତ କରାଯିବା ପାଇଁ ପ୍ରଶାସନିକ ବିଚାର ବିମର୍ଷ ଚାଲିଛି । ସେହିପରି ପଞ୍ଚଶଖା ମୁକ୍ତାକାଶ ରଙ୍ଗମଞ୍ଚରେ ତିନିଦିନ ଧରି ଶ୍ରୀରାଧା ଉତ୍ସବ ଧୂମଧାମରେ ପାଳନ କରାଯିବା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ଗୁରୁବାର ରାତିରୁ ଶ୍ରଦ୍ଧାଳୁ ମାନଙ୍କ ଭିଡ ଲାଗିଯିବ । ବରିଷ୍ଠ ନାଗରିକ ମାନଙ୍କ ପାଇଁ ପାର୍କିଂ ସ୍ଥାନରୁ ବ୍ଯାଟେରୀଚାଳିତ ଅଟୋଯୋଗେ ମନ୍ଦିର ପର୍ଯ୍ୟନ୍ତ ଆସିପାରିବେ ବୋଲି ପ୍ରଶାସନ ପକ୍ଷରୁ ବନ୍ଦୋବସ୍ତ କରା ଯାଇଛି । ପୁରୀ ଏସପିଙ୍କ ନିର୍ଦ୍ଦେଶରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ପୁରୀ ଏସପି , ଅତିରିକ୍ତ ଜିଲ୍ଲାପାଳ , ବିଡ଼ିଓ,ମନ୍ଦିର କାର୍ଯ୍ଯ ନିର୍ବାହୀ ଅଧିକାରୀ ତଥା ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ ସମସ୍ତ କାମ ବୁଲି ତଦାରଖ କରୁଛନ୍ତି । ସେହିପରି ଜିଲା ସୂଚନା ଲୋକସଂପର୍କ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠି, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ପ୍ରମୁଖ ସବୁ ଦିଗପ୍ରତି ନଜର ରଖି ପ୍ରଶାସନ ସହିତ ଯୋଗସୂତ୍ର ସ୍ଥାପନ କରୁଛନ୍ତି । ବିଧାୟକ ଓମ୍ ପ୍ରକାଶ ମିଶ୍ର ଘନଘନ ଗସ୍ତକରି ସମସ୍ତ କାର୍ଯ୍ୟ କିପରି ସୁରୁଖୁରୁରେ ସଂପର୍ଣ୍ଣ ହେବ ସେଥିପାଇଁ ଯତ୍ନଶୀଳ ରହିଛନ୍ତି । ଏତେ ସବୁ ପ୍ରସ୍ତୁତି ଭିତରେ ଶୁକ୍ରବାର ଦିନ ତମାମ ତୁହାକୁ ତୁହା ବର୍ଷା ହେବାରୁ କାମ କରୁଥିବା ଲୋକମାନେ ନାହିଁ ନଥିବା ହଇରାଣ ହରକତ ହେଉଛନ୍ତି । ବ୍ଯବସାୟୀମାନେ ବର୍ଷାକୁ ଦେଖି ହତୋତ୍ସାହିତ ହୋଇପଡିଛନ୍ତି । ଅଁଳା ନବମୀ ଠାରୁ ତିନିଦିନ ପର୍ଯ୍ୟନ୍ତ ସାକ୍ଷୀଗୋପାଳ ମନ୍ଦିର ୫ଶହ ମିଟର ମଧ୍ଯରେ ଆମିଷ ଦ୍ରବ୍ଯ ବିକ୍ରୀକୁ ସଂପୂର୍ଣ୍ଣ ନିଷେଧ କରାଯାଇଛି । ପଞ୍ଚଶଖା ପଡିଆରେ ଡଷ୍ଟଗୁଣ୍ଡ ପକା ଯାଉଛି। ଓରମାସ୍ ପକ୍ଷରୁ ଷ୍ଟଲ ନିର୍ମାଣ କାମ ଚାଲିଛି । ସେବାୟତମାନଙ୍କ ତରଫରୁ ଦେବ ନୀତି ସୁରୁଖୁରୁରେ ସଂପର୍ଣ୍ଣ କରିବାକୁ ତତ୍ପରତା ପ୍ରକାଶ ପାଇଛି । ପୂରୀ ଜିଲାର ଦ୍ୱତୀୟ ଗଣପର୍ବ ଅଁଳା ନବମୀ ପର୍ବ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଶେଷ ହୋଇଛି ବୋଲି ସୂଚନା ମିଳିଛି ।ପୋଲିସ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି । ବସଷ୍ଟାଣ୍ଡଠାରୁ କୌଣସି ଭାରିଯାନ ମନ୍ଦିର ରାସ୍ତାରେ ପ୍ରବେଶ କରିପାରିବ ନାହିଁ ବୋଲି ନିଶେଧାଦେଶ ଜାରି କରାଯାଇଛି। ସେହିପରି କଲେଜ ଛକ ନିକଟରୁ ମନ୍ଦିର ପର୍ଯ୍ୟନ୍ତ ବାଇପାସ ରାସ୍ତା ଦେଇ ଭିଭିଆଇପି , ଭିଆଇପି ଓ ଅନ୍ଯମାନଙ୍କର ଚାରିଚକିଆ ଯାନ ଯାତାୟାତ କରିବାର ପ୍ରମୁଖ ରାସ୍ତା ଅଟେ । ଭୁବନେଶ୍ୱର ପଟୁ ଆସୁଥିବା ସମସ୍ତ ଯାନବାହାନଗୁଡିକୁ କୋଟଉପର ଠାରେ ରହିବ। ସେହିପରି ପୁରୀ ପଟୁ ଆସୁଥିବା ଯାନବାହାନ ଗୁଡ଼ିକ ରେଳ ଲେବୁଲକସି ପର୍ଯ୍ୟନ୍ତ ଆସି ପାରିବେ । ସେଠାରୁ ମନ୍ଦିର ପର୍ଯ୍ୟନ୍ତ ଓ କୋଟ ଉପର ଠାରୁ ମନ୍ଦିର ପର୍ଯ୍ୟନ୍ତ ସମସ୍ତ ଯାନବାହନ ବନ୍ଦ କରାଯାଇଛି। ଯେପରି ଭକ୍ତ ବା ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିପାରିବେ ସେଥିପାଇଁ ସ୍ଥାନୀୟ ବିଧାୟକ ଓମ ପ୍ରକାଶ ମିଶ୍ର ନିଜେ ଦାୟିତ୍ଵ ଗ୍ରହଣ କରିଛନ୍ତି। ସବୁ କିଛି ଅଦିନିଆ ବର୍ଷା ସବୁ ଯୋଜନା କୁ ରୋକ ଲଗାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୩୦/୧୦/୨୦୨୫----୮,୧୦ Sakhigopal News,30/10/2025


