ads

Breaking News

ସାଇବର ଅପରାଧ ସଚେତନତା କର୍ମଶାଳା ଅନୁଷ୍ଠିତ



ଭଞ୍ଜନଗର--ଗଞ୍ଜାମ ଜିଲା ପୁଲିସର ସାଇବର ସେଲ ପକ୍ଷରୁ ଭଞ୍ଜନଗର ରେ ଏକ ସାଇବର ଅପରାଧ କର୍ମଶାଳା  ଅନୁଷ୍ଠିତ ହୋଇଯାଇଛି।  ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ରଞ୍ଜନ କୁମାର ଦେ ଙ୍କ ଅଧକ୍ଷତାରେ ଏକ ବଡ଼ ଅଭିଯାନ କ୍ରମେ ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ  ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରାୟ ୫୦୦ ଛାତ୍ର ଛାତ୍ରୀଙ୍କୁ ନେଇ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଚକରା ବିଷୋୟୀ ଛକରୁ ଏକ ସଚେତନତା ରାଲି ବାହାରି କେଏସୟୁବି କଲେଜରେ ପହଞ୍ଚିଥିଲା। ସାଇବର ଅପରାଧୀ କେବଳ ଆପଣଙ୍କ ପକେଟରୁ ଟଙ୍କା ଲୁଟ କରୁନାହାନ୍ତି। ମିଥ୍ୟା ଫୋଟୋ ପୋଷ୍ଟ କରି ସମ୍ମାନହାନି କରୁଛନ୍ତି । କୌଣସି ସଙ୍କୋଚ ନକରି କେହି ସାଇବର କ୍ରାଇମର ଶିକାର ହେଲେ ତୁରନ୍ତ ନିଜ ପରିବାରବର୍ଗ ଓ ପୁଲିସକୁ ଜଣାଇବାକୁ ଥାନା ଅଧିକାରୀ ଜିବନାନନ୍ଦ ଜେନା ପରାମର୍ଶ ଦେଇଥିଲେ। 

ଏହି ଅବସରରେ ଅତିରିକ୍ତ ଆରକ୍ଷୀ ଅଧିକାରୀ ଶ୍ରୀ ଦେ ଛାତ୍ର ଛାତ୍ରୀଙ୍କୁ କୌଣସି ସାଇବର ଅପରାଧରେ ସାମିଲ ନହେବା, ସାଇବର ଅପରାଧ ରୋକିବାକୁ ପ୍ରଶାସନକୁ ସହଯୋଗ କରିବା ନେଇ ସଂକଳ୍ପ ପାଠ କରାଇଥିଲେ। ସଚେତନତା କାର୍ଯ୍ୟକ୍ରମରେ ଏସଡିପିଓ ଡ. ଦୀପକ କୁମାର ମିଶ୍ର, କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ, ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପୁର୍ଣ୍ଣଚନ୍ଦ୍ର ତ୍ରିପାଠୀ, କୃତିବାସ ବିଶ୍ୱାଳ, ପ୍ରାକ୍ତନ ବନାଞ୍ଚଳ ଅଧିକାରୀ ଅନୁପମ ବାନାର୍ଜୀ, ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧିକାରୀ ଏସ୍ ମୋହିତ ରଞ୍ଜନ ପାତ୍ର,ଏଚଡିଏଫସି ଏବିଏମ୍ ନାରାୟଣ ରଥ, ସମାଜସେବୀ ଶୁଳପାଣି ଶତପଥି ପ୍ରମୁଖ ସାଇବର ଅପରାଧ ସଂପର୍କରେ ସଚେତନ କରାଇଥିଲେ। ଅଜଣା କଲ୍‌କୁ ଗ୍ରହଣ ନକରିବା, ଲିଙ୍କ୍ ନଖୋଲିବା ଏବଂ ନିଜ ଏଟିଏମ୍ କାର୍ଡର ନମ୍ବର, ପିନ୍ ଓ ସିଭିଭି ନମ୍ବର ପ୍ରଭୃତି ଅଜଣା ବ୍ୟକ୍ତିଙ୍କୁ ନଦେବା ପାଇଁ ସେ ପରାମର୍ଶ ଦେଇଥିଲେ। ଏଥି ସହିତ ଲୋକନୃତ୍ୟ ଦାସକାଠିଆ ଦ୍ବାରା ମଧ୍ୟ ସଚେତନତା ଓ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା।କାର୍ଯ୍ୟକ୍ରମରେ ଆମ ପୁଲିସ ସମିତିର ସଦସ୍ୟ,ମହାବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଧ୍ୟାପକ ଅଧ୍ୟାପିକା ଏବଂ ପୁଲିସ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୩୦/୧୦/୨୦୨୫----୮,୪୫ Sakhigopal News ,30/10/2025

ads

Blog Archive

Popular Posts