ads

Breaking News

ସତ୍ୟବାଦୀ ସେବା ଟ୍ରଷ୍ଟ ତରଫରୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖରେ ଝୋଟି ଚିତା

ପବିତ୍ର ଅଁଳା ନବମୀ (ରାଧା ପାଦ ଦର୍ଶନ) ଅବସରରେ ସତ୍ୟବାଦୀ ସେବା ଟ୍ରଷ୍ଟ ତରଫରୁ ସାକ୍ଷୀଗୋପାଳ ମନ୍ଦିର ସମ୍ମୁଖ ସହିତ ବିଭିନ୍ନ ସ୍ଥାନରେ ରଙ୍ଗ ବେରଙ୍ଗ ଝୋଟି ,ଚିତା ୧୬ ଜଣ କଳାକାର ତାଙ୍କ ତୂଳୀ ଦ୍ଵାରା ଅଙ୍କିଥିଲେ ।  ଅଁଳା ନବମୀ ଦିନ ଲକ୍ଷ୍ୟ ଲକ୍ଷ୍ୟ ଭକ୍ତ ସମାଗମ କୁ  ଦେଖି ସନସାଇନ ମେଡିକାଲ  ସହଯୋଗ ରେ ଆମ୍ବୁଲାନ୍ସ ସହ ପ୍ରାଥମିକ ସେବା ସେଣ୍ଟର୍ ଖୋଲାଯାଇ ଜରୁରୀ କାଳୀନ ଚିକିତ୍ସା ଆଦି କରାଯାଇଥିଲା । ସତ୍ୟବାଦୀ ସେବା  ଟ୍ରଷ୍ଟ ର ସମ୍ପାଦକ ତଥା ଆଇନଜିବୀ ସୁଶାନ୍ତ କୁମାର ରଥ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିବା ବେଳେ,ଟ୍ରଷ୍ଟର ସଭାପତି ସୁଦର୍ଶନ ପ୍ରଧାନ, କୋଷାଧ୍ୟକ୍ଷ ଉପେନ୍ଦ୍ର ବିଶ୍ଵାଳ, ଟିକିନା ମିଶ୍ର, ରୋଜାଲିନ ମିଶ୍ର, ରୀତା ତ୍ରିପାଠୀ, ନିଳକଣ୍ଠ ବାରିକ,କାଜଲ ମାହାପତ୍ର, ସୁକାନ୍ତ ବିଶ୍ଵାଳ ଓ ପ୍ରଶାନ୍ତ ନାୟକ କାର୍ଯ୍ୟକ୍ରମ ପରିଚାଳନା ରେସହଯୋଗ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୧୧/୨୦୨୫---୭,୨୦ Sakhigopal News,1/11/2025

ads

Blog Archive

Popular Posts