ads

Breaking News

ଗୁରୁ ସତ୍ୟନାରାୟଣ ବହିଦାର ଙ୍କ ର ଜନ୍ମ ଦିବସ ଅବସରରେ ନିଷ୍ଠା ପରିବାର ର ରକ୍ତ ଦାନ ଶିବିର ; ୪୦ୟୁନିଟ ରକ୍ତ ସଂଗୃହୀତ




 ବରଗଡ଼ --- ବରଗଡ ଜିଲ୍ଲା ରକ୍ତ ଭଣ୍ଡାର ମାନଙ୍କରେ ରକ୍ତର ଘୋର ଅଭାବ ପରିଲକ୍ଷିତ ଦେଖାଦେଇଛି।ଅଗଷ୍ଟ ଏକ ତାରିଖ ସମ୍ବଲପୁରୀ ଦିନ ତଥା ଗୁରୁ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଜୟନ୍ତୀ କୁ ପ୍ରତ୍ୟେକ ବର୍ଷ ଏକ ନିଆରା ଢଙ୍ଗ ରେ ପାଳନ କରି ଆସୁଛି ନିଷ୍ଠା ପରିବାର। ଏହି ଅବସର ରେ ବରଗଡ଼ ରକ୍ତ ଭଣ୍ଡାର ଠାରେ ଏକ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଆୟୋଜନ କରାଯାଇ ଥିଲା। ମୁଖ୍ୟ ଅତିଥି ଭାବରେ ବରଗଡ଼ ଏ.ଡି.ଏମ ମଧୁ ଛନ୍ଦା ସାହୁ, ସମ୍ବାନିତ ଅତିଥି ଭାବେ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀମତୀ ନିରୁପମା ଷଡ଼ଙ୍ଗୀ,ରକ୍ତ ଭଣ୍ଡାର ଅଧିକାରୀ ଶ୍ରୀ ସୁଶାନ୍ତ କୁମାର କର,ଗୌର ହରି ମିଶ୍ର ପ୍ରମୁଖ ଯୋଗ ଦେଇ ଫିତା କାଟି ଶିବିର ର ଶୁଭାରମ୍ଭ କରିଥିଲେ । ଅତିଥି ମାନେ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥଲେ। ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସର୍ବମୋଟ ୪୦ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା।ନିଷ୍ଠା ପରିବାର ର ଉପଦେଷ୍ଟା ଜିତୁ ମହାପାତ୍ର,ମଦନ ମୋହନ ଦାଶ,ଅଶ୍ୱିନୀ ତ୍ରିପାଠୀ, ସଂପାଦକ ଲୋକନାଥ ସାହୁ,କୋଷାଧ୍ୟକ୍ଷ ଶ୍ୟାମ ସୁନ୍ଦର ସାହୁ, ଚିତ୍ର ପଧାନ, ଲବ ସାହୁ, ମହିଳା ଶାଖା ର ମୁଖ୍ୟ ତ୍ରିପୁରା ସୁହୁଲା, ସୁତପା ଗଡତୀଆ, ପ୍ରାଚୀ କର ପ୍ରମୁଖ ଶିବିର ପରିଚାଳନା କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧/୮/୨୦୨୪---୭,୨୫ Sakhigopal News,1/8/2024

ads

Blog Archive

Popular Posts