ads

Breaking News

ଡକାୟତ ସାଥିରେ ଅଧ୍ଯକ୍ଷଙ୍କ ଫଟୋ ଭାଇରାଲ ବିରୋଧୀଙ୍କ କଡା ସମାଲୋଚ଼ନା


ଓଡ଼ଗାଁ:- ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁ  ବିଭିନ୍ନ ଗାଁ ଗାଁ ବୁଲି ଲୋକସଂପର୍କ କରୁଥିବା ନେଇ ନିଜ ଫେସବୁକ ଆଇଡି ରେ ଅପଲୋଡ଼ କରିଥିଲେ। ଏହି ପରିପ୍ରେକ୍ଷୀରେ ଶ୍ରୀ ସାହୁ ଭଗବତୀ ପ୍ରସାଦ ଗ୍ରାମର ବିଜୁ ଜନତା ଦଳ ର ବିଜେଡି କର୍ମୀଙ୍କ ସହ ଉପସ୍ଥିତ ରହି ଏକ ଫଟୋ ନିଜ ଆଇଡି ରେ ଅପଲୋଡ଼ କରିଥିଲେ। 
କିନ୍ତୁ ସବୁଠାରୁ ବଡ଼ କଥା ହେଲା ଶ୍ରୀ ସାହୁ ଅପଲୋଡ଼ କରିଥିବା ବିଜେଡି କର୍ମୀଙ୍କ ଫଟୋ ମଧ୍ଯରୁ ରହିଛି ଡି. ଦୁଃଖା ପାତ୍ର। ଯିଏକି ଜଣେ କୁଖ୍ଯାତ ଡକାୟତ। ଦୁଃଖା ନାଁ ରେ ଭଞ୍ଜନଗର ଓ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। ଦୁଃଖା ଏଭଳି ଏକ ଦୁର୍ଦ୍ଦାନ୍ତ ଅପରାଧୀ ଯିଏକି ଭଞ୍ଜନଗର ଅଞ୍ଚଳର ଜଣେ ପୋଲିସ୍ କର୍ମଚାରୀ ଙ୍କ  ହତ୍ଯା ଘଟଣାରେ ଓ ଜୁଆ, ଚୋରୀ, ଡକାୟତ ଆଦି ବିଭିନ୍ନ ଅପରାଧ ରେ ଜଡିତ ହୋଇ ପୋଲିସ ର ସଦାବେଳେ ରେଡ ଲାଇନ୍ ରେ ଥାଏ। ଗତ ବର୍ଷ ଜଣେ ପୋଲିସ୍ କର୍ମଚାରୀ ଙ୍କ ହତ୍ଯା ଘଟଣା ପରେ ଦୁଃଖା ଓଡ଼ଗାଁ ଅଞ୍ଚଳରେ ଲୁଚିଥିବା ବେଳେ ଓଡ଼ଗାଁ ପୋଲିସ୍ ଦୁଃଖା କୁ ଗିରଫ କରି ଭଞ୍ଜନଗର ପୋଲିସ୍ କୁ ହସ୍ତାନ୍ତର କରିଥିଲା। 
କିନ୍ତୁ ଏବେ ଦୁଃଖା ଭଳି ଏକ କୁଖ୍ଯାତ ଅପରାଧୀ ତଥା ଡକାୟତ ସାଥିରେ ଓଡ଼ଗାଁ ବ୍ଳକ ଅଧ୍ଯକ୍ଷ ଲୋକନାଥ ସାହୁ ଙ୍କ ଫଟୋକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଓ ବିରୋଧୀଙ୍କ କଡା ସମାଲୋଚ଼ନା ର ଶିକାର ହେବାକୁ ପଡିଛି। ତେବେ ଦୁଃଖା ସାଥିରେ ଶ୍ରୀ ସାହୁ ଙ୍କ ସଂପର୍କ ଥିବା ନେଇ ମଧ୍ଯ ଏହି ଫଟୋ ରୁ ବାରି ହୋଇଯାଉଛି। ଓଡ଼ଗାଁରୁ ଦୀଲ୍ଲିପ କୁମାର ବିଶୋଇ ଙ୍କ ରିପୋର୍ଟ,୩/୧୨/୨୦୨୩----୯,୨୫ Sakhigopal News,3/12/2023

ads

Blog Archive

Popular Posts