ads

Breaking News

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ


  ବରଗଡ଼ --- ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ମାର୍କେଟ, ଥୁଆପାଲି ଲାୟନ୍ସ କ୍ଲବ ଠାରେ ଲାୟନ୍ସ କ୍ଲବ, ଲିଓ କ୍ଲବ ଓ ତ୍ରିଲୋଚନ ନେତ୍ରାଲୟ ସମ୍ବଲପୁର ର ମିଳିତ ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂକ୍ରିଡା ପ୍ରାଥମିକ କୃଷି ସେବା ସମବାୟ ସମିତି ଲି ର ସଭାପତି ସୁବ୍ରତ କୁମାର ଚାନ୍ଦ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଇଟି ଲାୟନ୍ସ ମନୋଜ ଶର୍ମା, ହରି ପ୍ରଧାନ, ସଚିନ ପୁରୋହିତ, ଚାଷୀଗିରି ନଈ, ନରେନ୍ଦ୍ର ପ୍ରଧାନ ଯୋଗ ଦେଇ ଉଭୟ କ୍ଲବ ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି ଚକ୍ଷୁ ଚିକିତ୍ସା ଶିବିର ମୋଟ ୨୫୧ ଜଣ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଏମାନଙ୍କ ମଧ୍ୟରୁ ୪୨ ଜଣଙ୍କୁ ମୋତିଆବିନ୍ଦୁ ଅପରେସନ ପାଇଁ ତ୍ରିଲୋଚନ ନେତ୍ରାଳୟ, ସମ୍ବଲପୁର କୁ ପଠାଯାଇଥିଲା ।ଏହା ସହିତ ୧୧୬ ଜଣ କୁଂ ସ୍ଵଳ୍ପ ମୂଲ୍ୟରେ ଚଷମା  ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଲାୟନ୍ସ କ୍ଲବର ସଭାପତି ଲାୟନ୍ସ ଅମୀୟ କୁମାର ମେହେର ଓ ଲିଓ କ୍ଲବ ର ସଭାପତି ଅଜିତ କୁମାର ବେହେରା । ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ସହଯୋଗ କରିଥିଲେ।ଏହା ସହିତ ତ୍ରିଲୋଚନ ନେତ୍ରାଳୟ ର ଡାଃ ସୁଜ୍ଞାନୀ, କବିତା, ଉଷା, ସୁନନ୍ଦା, ସଂଗୀତା, ଗୀତାଞ୍ଜଳି ଓ ଚୈତନ୍ୟ, ସୁମନ୍ତ, କ୍ରିଷ୍ଣା ରୋସନ ପ୍ରମୁଖ ଚକ୍ଷୁ ପରୀକ୍ଷା କରିଥିଲେ। ପରିଶେଷରେ ଓଁମ ମେଡିକାଲ ଷ୍ଟୋର ର ଲାୟନ୍ସ ଭୈରବ ଚରଣ ହୋତା ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୩-----୫,୨୦ Sakhigopal News,6/11/2023

ads

Blog Archive

Popular Posts