ads

Breaking News

କାର୍ତ୍ତିକ ପୂର୍ଣ୍ଣିମାରେ ହଜାର ହାଜର ଭକ୍ତଙ୍କ ସମାଗମ ; "ଡ଼ଙ୍ଗା 'ଭଷାଣି ଉତ୍ସବ ଅନୁଷ୍ଠିତ




ଜଟଣୀ :--ଆମ ଧର୍ମୀୟ ଭାବନା ସହିତ କାର୍ତ୍ତିକ ପୂର୍ଣ୍ଣିମାର ରହିଛି ନିବିଡ଼ ସମ୍ପର୍କ l ଏହି ମାସକୁ ଧାର୍ମିକ ମାସ ରୂପେ ବିବେଚନା କରାଯାଏ l କାର୍ତ୍ତିକ ପୂର୍ଣ୍ଣିମା ତଥା ରାସପୂର୍ଣ୍ଣମୀ ଦିନ ପ୍ରତ୍ୟୁଷରୁ ସ୍ନାନପୁର୍ବକ ଦେବ ଦର୍ଶନ କଲେ ସମସ୍ତ ପ୍ରକାର ପାପ ନାଶ ହୋଇଥାଏ ବୋଲି ବିଶ୍ୱାସ ଅଛି l ତେଣୁ ଏହି ମାସରେ ଶ୍ରଦ୍ଧାଳୁ ମାନେ ନିଜକୁ ଭଗବାନ ବିଷ୍ଣୁଙ୍କୁ ସମର୍ପିତ କରି ରାଇ ଦାମୋଦର ପୂଜା କରି ଅଭିଶ ଅନ୍ନ ପ୍ରସାଦ ସେବନ କରି ଧର୍ମ ପାଳନ କରିଥାନ୍ତି l କାର୍ତ୍ତିକ ପୂର୍ଣ୍ଣିମା ଦିନ ପ୍ରତ୍ୟୁଷରୁ ଧାର୍ମିକ ଭକ୍ତ ଶ୍ରଦ୍ଧାଳୁ ମାନେ ପୁଷ୍କରଣୀରେ ସ୍ନାନ କରି "ଡ଼ଙ୍ଗା 'ଭସାଇ ଥାନ୍ତି l ଏହି ଅବସରରେ ଜଟଣୀ  "ଗାଁ 'ହାଟବଜାର ନୀଳକଣ୍ଠେଶ୍ଵର ଦେବ ପୁଷ୍କରଣୀ, କୁସୁମାଟି ଗତିଶ୍ୱର ଦେବ ପୁଷ୍କରଣୀ, ବୁଢାପଡା ବାବା ପଶ୍ଚିମା ଶମ୍ଭୁ ପୀଠ ମାନଙ୍କରେ  ହଜାର ହଜାର ଭକ୍ତ ପ୍ରତ୍ୟୁଷରୁ ପୁଷ୍କରଣୀ କୂଳରେ ସ୍ନାନ କରି ଡଙ୍ଗାରେ ଧୂପ, ଦୀପ, ନୈବେଦ୍ୟ ଅର୍ପଣ କରି "ଆ କା ମା ବୈ... ପାନ ଗୁଆ ଥୋଇ... ପାନ ଗୁଆ ତୋର, ମାସକ ଧର୍ମ ମୋର କହି ହୁଳହୁଳି ଦେଇ ପୁଷ୍କରଣୀ ରେ ଡଙ୍ଗା ଭସାଇ ସ୍ଥାନୀୟ ମହାଦେବ ଦେବ ଏବଂ କାର୍ତ୍ତିକଶ୍ୱର ଦେବଙ୍କୁ ଦର୍ଶନ କରି ପାପ କ୍ଷୟ ପାଇଁ ପାର୍ଥନା କରିଥିଲେ l ଏହି ଅବସରରେ ଦେବ ପୀଠ ମାନଙ୍କରେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ଭକ୍ତଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨୭/୧୧/୨୦୨୩---୮,୩୫ Sakhigopal News,27/11/2023

ads

Blog Archive

Popular Posts