ads

Breaking News

ଆଦିବାସୀ ଙ୍କବିଭିନ୍ନ ସମସ୍ୟା ନେଇ ଜିଲାପାଳଙ୍କୁ ଦାବି ପତ୍ର ଦେଲା ଭାରତୀୟ ବିକାଶ ପରିଷଦ



 
ନୟାଗଡ଼ ----ସରକାର ଆମ ଗାଁ ଆମ ବିକାଶ ଘୋଷଣା କରୁଥିବା ବେଳେ ପ୍ରକୃତରେ ଗ୍ରାମ ଗୁଡ଼ିକ କେତେ ବିକାଶ ହୋଇଛି ତାହା ଗ୍ରାମକୁ ଗଲେ ଜଣାପଡେ । ଏବେବି  ଗାଁକୁ ରାସ୍ତା ନାହିଁ ।  ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଛନ୍ଦି ହୋଇ ପଡିଛନ୍ତି ଆଦିବାସୀ ଗ୍ରାମ ଗୁଡ଼ିକ। ହେଲେ ଆଦିବାସୀ ଙ୍କ ଉନ୍ନତି ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦେକ୍ଷପ ନିଆଯାଇଥିବା  କେବଳ କାଗଜ କଲମରେ ନିଆଯାଇଥିବା ଅଭିଯୋଗ  ହୋଇଛି । ଯାହାକୁ ନେଇ ଆଦିବାସୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।ଏନେଇ ଭାରତୀୟ ବିକାଶପରିଷଦ ପକ୍ଷରୁ ଆଦିବାସୀ ଙ୍କ ସମସ୍ୟା ସମ୍ପର୍କରେ ଜିଲାପାଳଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି । ତିନି ଖଣ୍ଡ ଆଦିବାସୀ ଗ୍ରାମର ପ୍ରାୟଶତାଧିକ ଆଦିବାସୀ ମହିଳା ଓ ପୁରୁଷ ମାନେ ଭାରତୀୟ ବିକାଶ ପରିଷଦର ଜିଲା ସଭାପତି ତ୍ରିନାଥ ନାୟକ, ଜିଲା ସମ୍ପାଦକ ନିରଂଜନ ଦାସ,ମୁସୁଗୁଡାର ନିରଂଜନ ଯାନୀ ଓ ସଲପଗଣ୍ଡାର ୱାର୍ଡ଼ ମେମ୍ବର ନରେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।
ଖବର ଜଣା ପଡ଼ିଛି ଯେ ନୟାଗଡ ଜିଲ୍ଲାର ଗଣିଆବ୍ଲକ ଅନ୍ତର୍ଗତ ଦୁଇଟି ଆଦିବାସୀ ଗାଁର ଲୋକେ ସ୍ବାଧୀନତାର୭୫ବର୍ଷ ବିତିଯାଇଥିଲେ ମଧ୍ୟ ଗାଁ ଦୁଇଟି କୁଯିବାକୁ ରାସ୍ତା ନାହିଁ।ଏହି ଗାଁ ରାସ୍ତା ନିର୍ମାଣ ପାଇଁ ବନ୍ୟପ୍ରାଣୀ ବିଭାଗ ଆନ୍ତରିକ ପ୍ରକାଶକରୁନାହିଁ।ଗାଁକୁ ବିଦ୍ୟୁତ ଲାଇନଯାଇନାହିଁ।ଗାଁରେ ପାନୀୟ ଜଳ ପାଇଁ ନଳକୂପ ଟିଏ ନାହିଁ।କୌଣସି ପ୍ରକାରଦେହ ଅସୁସ୍ଥହେଲେ ଦୋଳା ହିଁ ଏକ ମାତ୍ର ଭରସା।ଗାଁରେ ଅଙ୍ଗନବାଡି କି ଆଶା ନିଯୁକ୍ତି ହୋଇନାହାନ୍ତି।ଏହିପରି ସାଧୁଆପଲିଗାଁକୁ ଯିବା ପାଇଁରାସ୍ତାଟିଏ ନାହିଁ କି ଗାଁରେ ଲୋକମାନେ ଆବାସ ଯୋଜନା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇ ପାରୁ ନାହାନ୍ତି।ଏହି ଦାବିସମ୍ପର୍କରେ ଜିଲା ପାଳଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

ନୟାଗଡ ରୁ ନିରଂଜନ ଦାସଙ୍କ ରିପୋର୍ଟ,୯/୧୧/୨୦୨୩---୮,୪୫ Sakhigopal News,9/11/2023

ads

Blog Archive

Popular Posts