ads

Breaking News

ଡିଏଭି ଭଞ୍ଜନଗରରେ ସାହିତ୍ୟ ସମ୍ମିଳନୀ




ଭଞ୍ଜନଗର---  ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ସାହିତ୍ୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ କୃତିବାସ ବିଶ୍ବାଳ , ଇଂରାଜୀ ଅଧ୍ୟାପକ ଡ.ପି.ସୁନାମ ପାତ୍ର ,ଡିଏଭି ବ୍ରହ୍ମପୁରର ହିନ୍ଦୀ ଶିକ୍ଷକ ଡକ୍ଟର ଭବାନୀ ଶଙ୍କର ମିଶ୍ର, ସାମ୍ବାଦିକ ଶ୍ରୀ ଲୋକନାଥ କର, ଶ୍ରୀ ରବିନ୍ଦ୍ର କୁମାର ଗୌଡ, ଶ୍ରୀ ଜେ.କେ.ପଟ୍ଟନାୟକ, ବିଶ୍ବମ୍ବର ଜେନା ଯୋଗ ଦେଇଥିଲେ  । ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ମୁଖ୍ୟ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ। ସମସ୍ତ ଅତିଥି ମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆରମ୍ଭ କରାଯାଇଥିଲା। ଇଂରାଜୀ ବିଭାଗର ଶିକ୍ଷୟିତ୍ରୀ ଶ୍ରୀମତୀ ଜି.ସ୍ନିଗ୍ଧାରାଣୀ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ସାହିତ୍ୟ ସମ୍ମିଳନୀ ମାଧ୍ୟମରେ ବିତର୍କ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ଶ୍ରୀ ଗୋପାଳକୃଷ୍ଣ ଗୌଡ  ପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ସାହିତ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରଶ୍ନ ପଚାରାଯାଇଥିଲା ।ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଇଂରାଜୀ ବିଭାଗର ତରଫରୁ ଶିକ୍ଷୟତ୍ରୀ ଶ୍ରୀମତୀ ନମିତା ତ୍ରିପାଠୀ, ହିନ୍ଦୀ ବିଭାଗ ତରଫରୁ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ ଓଡ଼ିଆ ବିଭାଗ ତରଫରୁ ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଓଡ଼ିଆ ଶିକ୍ଷୟିତ୍ରୀ  ମୀରା ରାଣୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନିଜର ସହଯୋଗ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୧/୨୦୨୩----୯,୧୦ Sakhigopal News,23/11/2023

ads

Blog Archive

Popular Posts