ads

Breaking News

ଜଟଣୀ ପ୍ରେସ୍ କ୍ଲବ ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳିତ



ଜଟଣୀ - "ଜାତୀୟ ପ୍ରେସ୍ 'ଦିବସ ଜଟଣୀ ପ୍ରେସ୍ କ୍ଲବ ତରଫରୁ ପାଳିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରେସ୍ କ୍ଲବ ଠାରେ ଏକ ସଭାର ଆୟୋଜନ ହୋଇଥିଲା l ଏହି ସଭାରେ ସଭାପତିତ୍ୱ କରିଥିଲେ ସାମ୍ବାଦିକ ଶୁଭେନ୍ଦ୍ର ଶତପଥୀ l ପ୍ରେସ୍ କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ନିଜ ଅବିଭାଷଣରେ ସାମ୍ବାଦିକ ଭାଇମାନେ କିପରି ସବୁ ସମୟରେ ନିଜ ଜୀବନକୁ ଜଳାଞ୍ଜଳି ଦେଇ ଯେଉଁଠି ସୂର୍ଯ୍ୟ କିରଣ ପଡେ ନାହିଁ ସେପରି ସ୍ଥାନକୁ ଯାଇ ଖବର ସଂଗ୍ରହ କରିବା ତାହା ସହଜ କଥାନୁହଁ l ଛାପା ଗଣମାଧ୍ୟମ ଏବଂ ଇଲୋକ୍ଟ୍ରୋନିକ ଗଣମାଧ୍ୟମ ଦେଶକୁ ସୁଧାରିବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ଆମ ଦେଶର ଚର୍ତୁଥ ସ୍ତମ୍ଭ ରୂପେ ଆକ୍ଷା ପ୍ରଦାନ କରାଯାଇଛି l ସମୟେ ସମୟେ ଖବର ସଂଗ୍ରହ ବେଳେ କିଛି ଅସାଧୁ ବ୍ୟକ୍ତିଙ୍କ ଆକ୍ରମଣର ଶିକାର ମଧ୍ୟ ହେଉଛନ୍ତି l ତେଣୁ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ସାମ୍ବାଦିକଙ୍କ ସୁରକ୍ଷା ଚିନ୍ତା କରିବା ନିହାତି ଜରୁରୀ ବୋଲି ନିଜର ବକ୍ତବ୍ୟ ରଖିଥଲେ l ସାମ୍ବାଦିକ ମାନେ ହେଲେ ଦେଶର ଚର୍ତୁଥ ସ୍ତମ୍ଭ ତେଣୁ ସାମ୍ବାଦିକ ଭାଇ ମାନେ ଅନ୍ୟାୟ, ଦୁର୍ନୀତିଖୋର ଲୋକଙ୍କ ବିରୁଦ୍ଧରେ ଲଢେ଼ଇ କରି ସତ୍ୟକୁ ସାମ୍ନାକୁ ଆଣି ଦେଶର ନିରୀହ, ଗରିବ, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରେସ୍ କ୍ଲବର ସମ୍ପାଦକ ହୃଦାନନ୍ଦ କୋଦାମ ସିଂହ ନିଜର ବକ୍ତ୍ୟବ ରଖିଥିଲେ l କ୍ଲବର ସଭାପତି ଏମଡି. ଇସ୍ମାଇଲ, ସାମ୍ବାଦିକ ହରିହର ସ୍ୱାଇଁ, ସଂଜୀବ ସେଠ, ରବୀନ୍ଦ୍ର ମହାକୁଡ଼, ଧିରେନ ପ୍ରତିହାରୀ,ଯଯାତି କେଶରୀ ମହାରଣା, ସୁରେଶ ମହାରଣା ପ୍ରମ୍ମୁଖ ଉପସ୍ଥିତ ରହି ସଭାକୁ ସୁଚାରୁ ରୂପେ ସମ୍ପାଦନ କରିଥିଲେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୭/୧୧/୨୦୨୩----୭,୨୫ Sakhigopal News,17/11/2023

ads

Blog Archive

Popular Posts