ads

Breaking News

ୟୁ ବି ହାଇସ୍କୁଲ ଏନ୍ ସି ସି କ୍ୟାଡେଟଙ୍କୁ ତାଲିମ ପ୍ରଦାନ




ଭଞ୍ଜନଗର : ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଉଚ୍ଚ
ବିଦ୍ୟାଳୟରେ ଆଜି ଏନ୍ ସି ସି ଆର୍ମୀ କ୍ୟାଡେଟ ମାନଙ୍କୁ ଆଗାମୀ ଦିନରେ ହେବାକୁ ଥିବା ଏନ୍ ସି ସି 'ଏ' ସାର୍ଟିଫିକେଟ୍ ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ତାଲିମ୍ ଦିଆଯାଇଛି । ବିଦ୍ୟାଳୟର ଏନ୍ ସି ସି ଆର୍ମୀ ଅଫିସର୍ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ତାଲିମ୍ କର୍ମଶାଳାରେ  ୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ଦ୍ଵାରା ପ୍ରେରିତ ପି. ଆଇ. ଷ୍ଟାଫ୍ (ଭାରତୀୟ ସ୍ଥଳ ସେନା ର) ହାବିଲଦାର ବିକ୍ରମ ସିଂ ଯୋଗ ଦେଇଥିଲେ। ଉଭୟ ପ୍ରଶିକ୍ଷକ ଏବଂ ଏ.ଏନ୍.ଓ. ଶ୍ରୀ ମିଶ୍ର ଏହି କ୍ୟାଡେଟମାନଙ୍କୁ ଡ୍ରିଲ୍, ଓ୍ବିପନ୍ ଟ୍ରେନିଂ ଏବଂ ଅନ୍ୟାନ୍ୟ କେତେକ ଏନ୍ ସି ସି ସମ୍ବନ୍ଧୀୟ ବିଷୟରେ ଉଭୟ ତତ୍ତ୍ଵ ଭିତ୍ତିକ ଓ ଅଭ୍ୟାସ ଭିତ୍ତିକ ତାଲିମ୍ ପ୍ରଦାନ କରିଥିଲେ । ଏଥିରେ ଉଭୟ ପ୍ରଥମ ଓ ଦ୍ବିତୀୟ ବର୍ଷ ର କ୍ୟାଡେଟ ଭାଗନେଇଥିଲେ । ତତ୍ ପରେ ସ୍ବଚ୍ଛ ଭାରତ ଅଭିଯାନ କାର୍ଯ୍ୟ କ୍ରମରେ ସମସ୍ତେ ବିଦ୍ୟାଳୟ ହତା ସଫେଇ କରିଥିଲେ । ପରିଶେଷରେ ସମସ୍ତ କ୍ୟାଡେଟଙ୍କୁ  ସାମାନ୍ୟ ଜଳପାନ ବଣ୍ଟନ କରାଯାଇଥିଲା। ଏଥି ନିମିତ୍ତ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ ,୨ ଓଡ଼ିଶା ବାଟାଲିୟନ ଏନ୍ ସି ସି ର କମାଣ୍ଡିଙ୍ଗ୍ ଅଫିସର୍ ଓ ଆଡ୍ମିନିଷ୍ଟ୍ରେଟିଭ୍ ଅଫିସର୍ ଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୮/୧୧/୨୦୨୩----୨,୩୫ Sakhigopal News,18/11/2023

ads

Blog Archive

Popular Posts