ads

Breaking News

ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂକୀର୍ତ୍ତନ ସତ୍ଯାଗ୍ରହ

 
ବରଗଡ଼ ---ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ସଂକୀର୍ତ୍ତନ ସତ୍ଯାଗ୍ରହ ଅନୁଷ୍ଠିତ ହୋଇଯାଇଛି ।ପ୍ରଦେଶ କଂଗ୍ରେସ କମିଟି, ଜିଲ୍ଲା କଂଗ୍ରେସ କମିଟି ର ଆହ୍ଵାନ କ୍ରମେ କେତେକ ଦାବି ଉପସ୍ଥାପନ କରାଯାଇଛି। ସେଥି ମଧ୍ୟରୁ ପୁରୀ ଜଗନ୍ନାଥ ମନ୍ଦିର ର ଚାରି ଦ୍ଵାର ଖୋଲାଯାଉ, ଧନରତ୍ନ ଓ ଅଳଙ୍କାର ଗଣତି ଓ ରତ୍ନ ଭଣ୍ଡାରର ମରାମତି,, ବେଦାନ୍ତ କମ୍ପାନୀ ପାଇଁ ସରକାର କରିଥିବା ଅଧିଗ୍ରହଣ ଜମି କୁ ସତ୍ତ୍ୱ ଅଧିକାରୀ ଚାଷୀ ମାନଙ୍କୁ ଫେରାଇ ଦିଆଯାଉ। ଭେଡେନ ବ୍ଲକ କଂଗ୍ରେସ କମିଟି ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ତତ୍ତ୍ବାବଧାନରେ ରେ ଭେଡେନ ଟ୍ରେକର ଷ୍ଟାଣ୍ଡ ଠାରେ ଶତାଧିକ କଂଗ୍ରେସ କର୍ମୀ ଜମାହୋଇ ସଂକୀର୍ତ୍ତନ ଶୋଭାଯାତ୍ରା, ବିଭିନ୍ନ ପ୍ରକାର ସ୍ଲୋଗାନ ଦେଇ, ଭେଡେନ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ଥିଲେ। ଏହି ସମୟରେ ବରିଷ୍ଠ କଂଗ୍ରେସ ନେତା ଦଶରଥ ମେହେର, ମାଧବ ସାହୁ, ଦୋଳଗୋବିନ୍ଦ ବେହେରା, ଗୋବିନ୍ଦ ସାହୁ, କିଶୋର ସାହୁ, ଗୋପାଳ ବାଗ, ଜତିନ ସାହୁ, ସୌମ୍ୟକାନ୍ତ ଦାଶ, ବୀରସେନ ଖମାରୀ, ଅନନ୍ତ ହୋତା, ଅରକ୍ଷିତ ବାଗ, ରସିକ ସାହୁ, ବନ ବାଗ, ଠଗୁ ପଧାନ, ଲକ୍ଷ୍ମୀନାରାୟଣ ପ୍ରମୁଖ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ରସରକାରଙ୍କ ଅପାରଗତା ସମ୍ପର୍କରେ ମତ ରଖିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୧୧/୨୦୨୩----୭,୪୫ Sakhigopal News,10/11/2023

ads

Blog Archive

Popular Posts