ads

Breaking News

ଭଞ୍ଜନଗର ଡିଏଭି ଛାତ୍ରଛାତ୍ରୀ ମାନେ ବୋଇତ ବନ୍ଦାଣ ଉତ୍ସବ ପାଳନ କଲେ

 

 ଭଞ୍ଜନଗର --- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ  ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ପାଳନ କରିଛନ୍ତି। ଓଡ଼ିଶାର ଆଚାର ବିଚାର, ଚାଲିଚଳଣି ତଥା ଧର୍ମୀୟ ଭାବନା ସହିତ ଏହି ପର୍ବ ଜଡ଼ିତ । ଗୌରବମୟ ଉତ୍କଳର ପ୍ରାଚୀନ ଇତିହାସ ସହିତ ଏହି ପୂର୍ଣ୍ଣିମାର ସମ୍ବନ୍ଧ ଅତି ଗୁରୁତ୍ୱପୂର୍ଣ୍ଣ ।ଏହା ଓଡ଼ିଶାର ସାଧବପୁଅ ମାନଙ୍କ ନୌବାଣିଜ୍ୟ ପରମ୍ପରାର ମୁକ ସାକ୍ଷୀ। ଏହାସହ ଓଡ଼ିଶାର ପୁର ପଲ୍ଲୀରେ  ଦେବ ସେନାପତି ଚିର କୁମାର କାର୍ତ୍ତିକେୟଙ୍କ ଆରାଧନା ଅତ୍ୟନ୍ତ ଭକ୍ତି ସହକାରେ କରାଯାଏ ।କାର୍ତ୍ତିକମାସ ଏକ ଧର୍ମ ମାସ ବୋଲି ବିଶ୍ୱାସ ରହିଛି । ପୂର୍ଣ୍ଣିମା ପାଞ୍ଚଦିନ ପଞ୍ଚକ ପର୍ବ ବା ମହାପଞ୍ଚକ ନାମରେ ପରିଚିତ ।  ପୂର୍ଣ୍ଣିମା ଅବକାଶରେ କଦଳୀପଟୁଆ ନିର୍ମିତ ଡଙ୍ଗା ଭସାଇବାର ବିଧି ରହିଛି ।ଏହିଦିନ ଭୋରୁ ଉଠି ସମସ୍ତେ ପୁଷ୍କରିଣୀରେ ବୁଡ଼ ପକାଇ କଦଳୀ ପଟୁକା ବା ସୋଲ ତିଆରି ଖେଳଣା ଡଙ୍ଗାରେ ଦୀପ ଜାଳି ଏବଂ ସେଥିରେ ପାନଗୁଆ ଥୋଇ ଭସାଇ ଦିଅନ୍ତି । ଏହି ସମୟରେ ସମସ୍ତେ ପ୍ରସନ୍ନ ଚିତ୍ତରେ ଗାନ କରନ୍ତି ‘ଆ କା ମା ବୈ, ପାନ ଗୁଆ ଥୋଇ, ପାନ ଗୁଆ ତୋର, ମାସକ ଧରମ ମୋର ।’ ଏହି ଅବସରରେ ସମସ୍ତେ ପୂଣ୍ୟ ଅର୍ଜନ ପାଇଁ ମାନସିକ ମଧ୍ୟ ରଖିଥାନ୍ତି । ସୁତରାଂ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ର ଛାତ୍ରଛାତ୍ରୀ ସାଧବ ବେଶ ଧାରଣ କରି ଡିଏଭି ପରିସର ମଧ୍ୟରେ ଡଙ୍ଗା ଭସାଇବା ପାଇଁ ପ୍ରତ୍ୟୁଷରୁ ସମାଗମ ହୋଇଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ,ସହଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ବୋଇତ ବନ୍ଦାଣ କରାଯାଇ ଭସାଣି କାର୍ଯ୍ୟକ୍ରମ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଶ୍ରୀମତୀ ଧରିତ୍ରୀବାଳା ପଣ୍ଡା, ଶ୍ରୀମତୀ ସୁଭଦ୍ରା ପାଢ଼ୀ, ଶ୍ରୀମତୀ ଅନିତା ପ୍ରଧାନ ଓ ସୁଶ୍ରୀ ଲିଜା କୁମାରୀ ଗୌଡ ଯୁଗ୍ମ ପରିଚାଳନା କରିଥିଲେ। ବିଦ୍ୟାଳୟ ର ଶିକ୍ଷକ ଶ୍ରୀ ଚିତ୍ତରଞ୍ଜନ ଆଚାର୍ଯ୍ୟ ଏହି ଦିବସ ପାଳନର ମହତ୍ତ୍ୱ ସମ୍ବନ୍ଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। 

ads

Blog Archive

Popular Posts