ads

Breaking News

ରାଜ୍ୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତା ରେ ଡିଏଭି ଭଞ୍ଜନଗର ଛାତ୍ରଛାତ୍ରୀ ମାନଙ୍କ ସଫଳତା

 

  ଭଞ୍ଜନଗର---ଡିଏଭି ବିଦ୍ୟାଳୟ ସ୍ତରୀୟ ରାଜ୍ୟ କ୍ରୀଡା ପ୍ରତିଯୋଗୀତା ରେ ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗରର ଛାତ୍ରଛାତ୍ରୀ ମାନେ ଅପୂର୍ବ ସଫଳତା ହାସଲ କରିଛନ୍ତି। ବେଦାନ୍ତ ଲାଞ୍ଜିଗଡ ଡିଏଭି ପରିସରରେ ହେଇଥିବା ତୀରନ୍ଦାଜୀ ପ୍ରତିଯୋଗିତାରେ ଡିଏଭି ଭଞ୍ଜନଗର ତରଫରୁ ଏହି ବିଦ୍ୟାଳୟର ନବମ ଶ୍ରେଣୀରେ ଛାତ୍ର ହେମନ୍ତ କୁମାର ସେଠୀ ଭାଗନେଇ ତିରିଶ ମିଟର ଓ ପଚାଶ ମିଟର ରେ ରୌପ୍ୟ ପଦକ ପାଇଛନ୍ତି। ଠିକ୍ ସେହିପରି ଡିଏଭି ଏମସିଏଲ ବ୍ରଜରାଜନଗର ଆନୁକୁଲ୍ୟରେ ହୋଇଥିବା ତାଈକୁଣ୍ଡ୍ ପ୍ରତିଯୋଗିତାରେ ଭାଗ ନେଇ ନବମ ଶ୍ରେଣୀର ଛାତ୍ରମାନେ ଉପ- ଚମ୍ପିୟାନ ହେବା ସହ ବ୍ୟକ୍ତି ଗତ ଭାବେ ସୁଦୀପ୍ କୁମାର ବେହେରା, ପ୍ରତ୍ୟୁଷ କୁମାର ପ୍ରଧାନ ସ୍ବର୍ଣ୍ଣ ଜିଣିଥିବା ବେଳେ ଦୂ୍ର୍ଗା ପ୍ରସାଦ ପ୍ରଧାନ ଓ ଆୟୂଷ କୁମାର ପଣ୍ଡା ରୌପ୍ୟ ପଦକ ବିଜୟ ଲାଭ କରିଥିଲେ । ଗାଇଡ଼୍ ଶିକ୍ଷକ ଭାବରେ ଶ୍ରୀ ଗଣେଶ ବାହାଦୂର ଓ ଶ୍ରୀ ରମାବଲ୍ଲବ ପ୍ରଧାନ ଛାତ୍ରମାନଙ୍କୁ ଉତ୍ସାହିତ କରିଥିଲେ। ବିଦ୍ୟାଳୟ ତରଫରୁ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ  ଅଧ୍ୟକ୍ଷ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମ୍ମାନୀତ କରିବା ସହିତ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୩/୧୧/୨୦୨୩---୧୨,୨୦ Sakhigopal News,13/11/2023

ads

Blog Archive

Popular Posts