ads

Breaking News

ଷ୍ଟେସନ୍ ରୁ ଗଞ୍ଜେଇ ଜବତ, ଦୁଇ ବେପାରୀ ଗିରଫ



ଜଟଣୀ---: ଜଟଣୀ ସ୍ଥିତ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନ୍ ରୁ ଆଜି ଗଞ୍ଜେଇ ସହ ଦୁଇ ଜଣ ବେପାରୀକୁ କାବୁ କରିଛି ପୁଲିସ। ଦୁଇ ଅଭିଯୁକ୍ତ ହେଲେ ବିହାର ରାଜ୍ୟର ମୁଙ୍ଗେର ଜିଲ୍ଲାର ଭିଶାଲ କୁମାର (୩୫) ଓ ବିକାଶ କୁମାର। ସେମାନଙ୍କ ନିକଟରୁ ପୁଲିସ ଦୁଇ ବସ୍ତା ଗଞ୍ଜେଇ ଯାହାର ଓଜନ ୫୦କେଜି ହେବ । 
ସୂଚନାଯୋଗ୍ୟ ଯେ, ଆଜି ସକାଳେ ଦୁଇ ଅଭିଯୁକ୍ତ ଗଞ୍ଜେଇ କିଣି ବିହାର ନେବା ଉଦ୍ଦେଶ୍ୟରେ ୫ନମ୍ବର୍ ପ୍ଲାଟଫର୍ମରେ ଛିଡ଼ା ହୋଇଥିଲେ। ଏହି ସମୟରେ ପୁଲିସ ପକ୍ଷରୁ ଯାଞ୍ଚ ଚାଲିଥିବା ବେଳେ ଦୁଇ ଗଞ୍ଜେଇ ବସ୍ତା ଉପରେ ସନ୍ଦେହ ଅବସ୍ଥାରେ ନଜର ପଡ଼ିଥିଲା। ଯାଞ୍ଚ ସମୟରେ ଗଞ୍ଜେଇ ସହ ଦୁଇ ବେପାରୀକୁ କାବୁ କରିଥିଲା ପୁଲିସ। ଏ ନେଇ ଥାନାକୁ ଆଣି ଅଧିକ ପଚରାଉଚରା କରିବାରୁ ସେମାନେ ସତ ସୀକ୍ଵାର କରିଥିଲେ। କନ୍ଧମାଳରୁ ଗଞ୍ଜେଇ ନେଇ ଯାଉଥିବା ମାନିଥିଲେ। ଏ ନେଇ ଥାନାରେ କେସ ନଂ ୧୧୭/୨୩ ରେ ମାମଲା ରୁଜ୍ଜୁ କରି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧୧/୨୦୨୩---୮,୫୫ Sakhigopal News,8/11/2023

ads

Blog Archive

Popular Posts