ads

Breaking News

କେ ଏସ୍ ୟୁ ବି କଲେଜରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ




ଭଞ୍ଜନଗର, -ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଆଜି ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ ମୁଖ୍ଯ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ଏହିଭଳି ଯୋଜନାକୁ ଉଚ୍ଚ ପ୍ରଶଂସା କରିବା ସହ ଅଧିକରୁ ଅଧିକ ଛାତ୍ରୀ ଛାତ୍ର ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେବା ପାଇଁ ଆହ୍ଵାନ କରିଥିଲେ। କଲେଜ ପରିଚାଳନା କମିଟି ସଭାପତି ରାଜେନ୍ଦ୍ର ପ୍ରସାଦ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀ ଛାତ୍ର ଙ୍କ ମଧ୍ୟରେ ଲୁକ୍କାୟିତ ଅବସ୍ଥା ରେ ଥିବା କଳା,  କ୍ରୀଡା ପ୍ରମୁଖ ପ୍ରତିଭାକୁ ଖୋଜି ବାହାର କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ହେଇଛି ବୋଲି କହିଥିଲେ।  ତେଣୁ ଛାତ୍ରୀ ଛାତ୍ର ମାନେ ପ୍ରତିଯୋଗିତା ରେ ଭାଗ ନେଇ କଲେଜ ର ସୁନାମ ବଢାଇବା ପାଇଁ ସଭାପତି ଶ୍ରୀ ପ୍ରଧାନ ଉପସ୍ଥିତ ଛାତ୍ରୀ ଛାତ୍ର ଙ୍କୁ ଆହ୍ଵାନ କରିଥିଲେ। କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ଦାସ ସଭାରେ ଅଧ୍ୟକ୍ଷତା କରିଥିଲେ।  କାର୍ଯ୍ୟକ୍ରମ ର ନୋଡାଲ ଅଫିସର ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଯୋଜନା ସମ୍ପର୍କରେ କହିଥିଲେ।  ଅଧ୍ୟାପିକା ପୂଜା ଦାସ ସଭାକୁ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ଅମିୟ ରଞ୍ଜନ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।  ଛାତ୍ରୀ ଛାତ୍ର ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ଅଧ୍ୟାପକ ସନାତନ ବେହେରା,ଡଃ ରବିନ୍ଦ୍ର ମିଶ୍ର, ବିତ୍ତ ଅଧିକାରୀ ଅଧ୍ୟାପକ ସୁନୀଲ ଦାସ, ହରିଶ ଭଟ୍ଟର, ହରମୋହନ ନାୟକ, ବାବୁଲା ପ୍ରଧାନ, ଦୁର୍ଗାପ୍ରସାଦ ସାହୁ, ବିଦେଶୀ ରାଉତ, ଅଧ୍ୟାପିକା ରାଜଶ୍ରୀ ନାୟକ,ସସ୍ମିତା ଦାସ, ମନ୍ଦାକିନୀ ପଣ୍ଡା, ଜୋସ୍ନା ରାଣୀ ଦାସ, ସୁଧାଶ୍ରୀ ନାୟକ, ଶେଫାଳି ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧୧/୨୦୨୩----୮,୨୫ Sakhigopal News,23/11/2023

ads

Blog Archive

Popular Posts