ads

Breaking News

ଅଛାଣ୍ଡପାଲି ଜିରାନଦୀ କୂଳରେ ଦୁଇଦିନ ଧରି ବାଲିଯାତ୍ରା ମହୋତ୍ସବ ପାଳିତ


ବରଗଡ ଜିଲ୍ଲା ଲୁହାଖଣ୍ଡି ପଞ୍ଚାୟତ ଅଛାଣ୍ଡପାଲି ଜିରାନଦୀ କୂଳରେ ଦୁଇଦିନ ଧରି ବାଲିଯାତ୍ରା ମହୋତ୍ସବ ପାଳିତ ହୋଇଯାଇଛି। ଏହି ସମୟରେ ମହିଳା ସଂକ୍ରିତନ, ପ୍ରବଚନ, ଷୋହଳଭରନୀ କଳାପରିଷଦ, ମା ସମଲେଶ୍ଵରୀ ଲୋକ ଗବେଷଣା ଲୋକନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ  କରାଯାଇଥିଲା।  ଏହାସହିତ ଝୋଟୀ ପ୍ରତିଯୋଗିତା ହେବା ସହ ଏକ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠିତ ସଭାରେ ସଭାପତିତ୍ବ କରିଥିଲେ ପୂର୍ବତନ ଶିକ୍ଷକ, ବର୍ଷିୟାନ ଅଗ୍ନୀ କୁମାର ପ୍ରଧାନ । ମୁଖ୍ୟ ଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷା ସୁପ୍ରଭା ମହାଲିଙ୍ଗ, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଡୋଳାମଣି କ୍ଷେତି।  ଯାତ୍ରା କମିଟି ପକ୍ଷରୁ ବିଭିନ୍ନ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରାଯାଇଥିଲା। ବର୍ଷିୟାନ୍ ଅଗ୍ନି କୁମାର ପ୍ରଧାନ, ଡମ୍ବରୁଧର ସେଠ, ଅମୃତ କୁଟୁମ୍ ଭେଡେନ, ସେବା ପରିବାର ସୁନାଲରମ୍ଭା ଓ ଭରସା ପରିବାର ଭେଡେନ ଓ ଝୋଟି ର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ମଞ୍ଚ ପରିଚାଳନା କରିଥିଲେ ହୀରା ମହାକୁର ଓ ସୁରେନ୍ଦ୍ର କୁମାର ପଣ୍ଡା । ସହଯୋଗ କରିଥିଲେ ଶାନ୍ତନୁ ରଥ, ଦିଲିପ ନେଗୀ, ସନ୍ତୋଷ ପଣ୍ଡା, ଗୋପ ପ୍ରଧାନ, ପଙ୍କଜ ଦୀପ, ସନ୍ତୋଷ ଖମାରି, ପ୍ରଦୀପ୍ତ ରଥ, ଲୁକୁ ପାଣ୍ଡେ, ଶ୍ରୀପତି ସାହୁ ଓ ଗ୍ରାମବାସୀ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୨୮/୧୧/୨୦୨୩---୯,୨୦ Sakhigopal News,28/11/2023

ads

Blog Archive

Popular Posts