ads

Breaking News

ସାମ୍ବାଦିକତା ଓ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳିତ




ଭଞ୍ଜନଗର-ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ସାମ୍ବାଦିକତା ଏବଂ ଗଣ ଯୋଗାଯୋଗ ବିଭାଗ ପକ୍ଷରୁ ଆଜି କଲେଜ ପରିସରରେ ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ କଲେଜ ଅଧ୍ୟକ୍ଷ ରାଜେନ୍ଦ୍ର ଦାସ ଅଧ୍ୟକ୍ଷତା କରି ଜାତୀୟ ପ୍ରେସ୍ ଦିବସର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ। ଛାତ୍ରୀ ପୂଜା ରାଣୀ ପାତ୍ର ସ୍ଵାଗତ ସଙ୍ଗୀତ ଗାନ କରିବା ସହ ଜାତୀୟ ପ୍ରେସ୍ ଦିବସର ଇତିହାସ ଏବଂ ଉଦ୍ଧେଶ୍ୟ ସମ୍ପର୍କରେ କହିଥିଲେ। ବିଭାଗୀୟ ମୁଖ୍ଯ ଅଧ୍ୟାପକ ବାବୁଲା ପ୍ରଧାନ ବିବରଣୀ ପ୍ରଦାନ କରିଥିଲେ। 
ପ୍ରଶାସନିକ ଅଧିକାରିଣୀ ପ୍ରାଧ୍ୟାପିକା ଆରତି ବାଳା ପ୍ରଧାନ, ବିତ୍ତ ଅଧିକାରୀ ଅଧ୍ୟାପକ ସୁନୀଲ ଦାସ, ହରିଶ୍ ଭଟ୍ଟର , ଏନ୍ ସି ସି ନାଭାଲ ଅଫିସର ଲେଫ୍ଟନାଣ୍ଟ ରଜନୀକାନ୍ତ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ। ଅଧ୍ୟାପକ ହରିଶ କୁମାର ଧନ୍ୟବାଦ ପ୍ରଦାନ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୧୧/୨୦୨୩---୭,୨୦ Sakhigopal News,16/11/2023

ads

Blog Archive

Popular Posts