ସତ୍ୟବାଦୀ ବ୍ଳକ ଛକରେ ବିଧାୟକ, ବ୍ଳକ ଅଧ୍ୟକ୍ଷ, ବ୍ଳକ ସଭାପତିଙ୍କ ସହିତ ଶତାଧିକ ବିଜେଡି କର୍ମୀ ମହେଶ୍ୱର ମହାନ୍ତି ଅମର ରହେ ସ୍କୋଗାନ ଦେଇ ଶଦ୍ଧାଞ୍ଜଳି ଜଣାଇଲେ
ସାକ୍ଷୀଗୋପାଳ---- ପୁରୀ ଜିଲ୍ଲାର ବିଜେଡି ଦଳର ସଭାପତି, ପୂର୍ବତନ ବାଚସ୍ପତି ତଥା ମନ୍ତ୍ରୀ ପୁରୀର ଜଣାଶୁଣା ଟାଣୁଆ ନେତା ମହେଶ୍ୱର ମହାନ୍ତିଙ୍କର ୬୭ ବର୍ଷରେ ଅକାଳ ମୃତ୍ୟୁ ହୋଇଯାଇଛି । ଏହି ଖବର ପ୍ରସାରିତ ହେବା ପରେ ସାକ୍ଷୀଗୋପାଳରେ ବିଜେଡି କର୍ମୀ ବା ମହେଶ୍ୱର ମହାନ୍ତିଙ୍କ ସହିତ ଜଡିତ ବିଜେଡି ଦଳର କିଛି କର୍ମୀ ଦୁଖଃରେ ଭାଙ୍ଗିପଡିଥିଲେ । ୩୧୬ନଂ ଜାତୀୟ ରାଜପଥରେ ଶ୍ରୀ ମହାନ୍ତିଙ୍କ ମର ଶରୀର ଆସିବା ସମୟରେ ସତ୍ୟବାଦୀ ବ୍ଳକ ବିଜେଡି ସଭାପତି ପ୍ରମୋଦ ରାଉତରାୟଙ୍କ ତତ୍ୱବଧାନରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ମୁଳଅଳସା ଗ୍ରାମ ପଞ୍ଚାୟତର ସରପଞ୍ଚ ଦେବୀପ୍ରସାଦ ଘଟୁଆରୀ, ଆତ୍ମର ଅଧ୍ୟକ୍ଷ ମହମଦ ଝିକିରିଆ , ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର,ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ପୂର୍ବତନ ସରପଞ୍ଚ ପ୍ରକାଶ ଖଟେଇ, ସୁବାଷ ପ୍ରଧାନ, ପୂର୍ବର୍ତନ ବ୍ଳକ ଉପାଧ୍ୟକ୍ଷ ଦାମଦର ଜେନା,ଙ୍କ ସହିତ ଯୁବ ବିଜେଡିର କର୍ମୀ ମାନେ ମର ଶରୀର ଉପରେ ଫୁଲ ପକାଇବା ସହିତ ମହେଶ୍ୱର ମହାନ୍ତି ଅମର ରହେ, ଜିଲା ବିଜେଡି ସଭାପତି ଅମର ରହେ ଆଦି ସ୍କେଗାନ ଦେଇ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସ୍ଥାନୀୟ ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ ଯେ ଆମେ ଜଣେ ଟଣୁଆ ନେତାଙ୍କୁ ହରାଇଲୁ । ସେ ଜଣେ ରାଜନୀତିର ପଶା ପାଲିରେ ସେ ଥିଲେ ରାଜା, ତାଙ୍କର ସାହାସ , ଦକ୍ଷତା ଧର୍ଯ୍ୟପୂର୍ଣ୍ଣ ନେତାଥିଲେ ବୋଲି କହିଥିଲେ । ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା କହନ୍ତି ପୁରୀ , ସତ୍ୟବାଦୀ, ପିପିଲି ଆଦି ଅଞ୍ଚଳର ବିଜେଡିର ଜଣେ ଆଗଧାଡିର ଟାଣୁଆ ନେତାଙ୍କୁ ଆମେ ଆଜି ହରାଇଲୁ ବୋଲି କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି,୭/୧୧/୨୦୨୩----୬,୫୫


.jpg)

