ads

Breaking News

କୁଆଁରୀ ଝିଅମାନେ ପାଳିଲେ "ଖୁଦୁରୁକୁଣୀ' ଓଷା




ଜଟଣୀ - ଖୁଦୁରୁକୁଣୀ ଓଷା ଓଡ଼ିଶାର ଏକ ପାରମ୍ପରିକ ଓଷା l ଏହା ଭାଲୁକୁଣି ଓଷା ଓ ଢ଼ିଙ୍କି ଓଷା ଭାବେ ମଧ୍ୟ ପରିଚିତ l ଏହାକୁ କୁଆଁରୀ ଝିଅମାନେ ପାଳନ କରିଥାନ୍ତି  l ଏଥିରେ ଖୁଦୁରୁକୁଣୀଙ୍କର ପୂଜାର୍ଚନା  କରାଯାଏ l ଓଡ଼ିଶାର ସାଧବ ପୁଅ ମାନେ ସୁନ୍ଦର ଅତିତରେ ଦେଶ ବିଦେଶକୁ ବଣିଜ କରିବା ନିମନ୍ତେ ଯାଉଥିଲେ l ସେହିପରି ଏକ ସାତ ସାଧବ ଭାଇ ଓ ସେମାନଙ୍କ ଏକ ମାତ୍ର ଅଲିଅଳି ଭଉଣୀ ତଅପୋଇକୁ ଭାଉଜମାନେ ଯାତନା ଦେବା ଓ ଖୁଦୁରୁକୁଣୀକୁ ପୁଜି ସେଥିରୁ ମୁକ୍ତି ମିଳିବାକୁ ନେଇ ଏହି ଓଷା ଆରମ୍ଭ ହୋଇଥିଲା l ଝିଅମାନେ ଦୂରରେ ଥିବା ଆତ୍ମୀୟ ଓ ମୁଖ୍ୟତଃ ଭାଇମାନଙ୍କର ମଙ୍ଗଳ ମନାସି ଏହି ଓଷା ପାଳିଥାନ୍ତି l ଭାଦ୍ରବ ମାସର ପ୍ରଥମ ରବିବାରରୁ ଖୁଦୁରୁକୁଣୀ ଓଷା ଆରମ୍ଭ  ହୋଇଯାଇଛି l ରବିବାର ପ୍ରଭାତରୁ କୁଆଁରୀ ମାନେ ଫୁଲ, ପତ୍ର, କଦଳୀ ବାହୁଙ୍ଗା ଦ୍ୱାରା ପୋଖରୀ କିମ୍ବା ନଦୀ କୂଳରେ ବାଲୁକା ସ୍ଥାପନା କରି ବଜ୍ରମୁଳି ଦାନ୍ତକାଠି ପୋତି ଫୁଲରେ ସୁସଜିତ କରିଥାନ୍ତି l କୁମାରୀ ମାନେ ରାତିରେ ଏକତ୍ରିତ ହୋଇ ମା'ମଙ୍ଗଳା ମୂର୍ତ୍ତି "ଭାଲୁକୁଣୀ 'ସ୍ଥାପନା କରି ଫୁଲରେ ସୁଜିତ କରି ପୂଜା ଆରମ୍ଭ କରିଥାନ୍ତି l  ଖୁରୁକୁଣୀ ଓଷା ବହି ପଢି ପରିବେଶକୁ ମଧୁମୟ କରି ଗଢି ତୋଳିଥାନ୍ତି l  ଖଇ, ଉଖୁଡା, ଫଳ ଭୋଗ ଅର୍ପଣ କରାଯାଇ ପ୍ରତ୍ୟକ କୁଆଁରୀ ମାନେ ପ୍ରସାଦ ସେବନ କରିଥାନ୍ତି l ଖୁଦୁରୁକୁଣୀ ଓଷା ଉତ୍କଳୀୟ ପରମ୍ପରାର ଶ୍ରେଷ୍ଠ ସ୍ମାରକୀ l ଏହି ପରିପ୍ରେକ୍ଷୀରେ ଆମ ସହର ତଥା ଗାଁଗଣ୍ଡା, ହାଟବଜାର,ଗୋପୀନାଥ ପୁର, ଵାଛରା, ପାତ୍ରପଡା, ବାଛରା ପାଟଣା,ଖୁଦୁପୁର, ନୂଆଗାଁ, ଷଣ୍ଢପୁର, ଗୋପୀନାଥ ପୁର, ରଥିପୁର କନ୍ତିଆ, ନିମବସନ୍ତ, ଜାମୁକୋଳି, ବୁଢାପଡା ପ୍ରଭୁତି ଗ୍ରାମ ମାନଙ୍କରେ କୁଆଁରୀ ମାନେ ମହା ଆନନ୍ଦରେ ଏକତ୍ରିତ ହୋଇ ଖୁଦୁରୁକୁଣୀ ଓଷା ପାଳନ କରିଥିବାର ଦେଖାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୯/୨୦୨୩-----୧୦,୫୫ Sakhigopal News,4/9/2023

ads

Blog Archive

Popular Posts