ads

Breaking News


ବରଗଡ଼ ----  ବରଗଡ ଜିଲ୍ଲା ଭେଡେନ ବ୍ଲକ, ଭେଡେନ ହାଟପଦା ବିଜୟ ମଣ୍ଡପ ଠାରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଅମୃତ କୁଟୁମ୍" ର ତୃତୀୟ ସ୍ଵନକ୍ଷତ୍ର ଦିବସ ପାଳିତ ହୋଇଯାଇଛି ।ପ୍ରାରମ୍ଭିକ ସଂଯୋଜନା କରିଥିଲେ ଲଲିତ କୁମାର ସାହୁ ଓ ମଞ୍ଚ ପରିଚାଳନା କରିଥିଲେ    ସାହିତ୍ୟିକ, ମନୋହର ସାଂସ୍କୃତିକ ସଂସଦ ର ସଭାପତି ତଥା ଅମୃତ କୁଟୁମ୍ ର ଉପଦେଷ୍ଟା ଉତ୍ପନ୍ନ କୁମାର ଭୋଇ। ଏଥିରେ ସଭାପତିତ୍ବ କରିଥିଲେ "ଅମୃତ କୁଟୁମ୍" ର ସଭାପତି ଆନନ୍ଦ ଚନ୍ଦ୍ର ସୁନା ।ପ୍ରଥମେ ଅତିଥି ମାନେ ମା ସମଲେଶ୍ଵରୀ ଙ୍କ ପ୍ରତିଛବି ନିକଟରେ ପୁଷ୍ପମାଲ୍ୟ ଅର୍ପଣ, ପ୍ରଦୀପ ପ୍ରଜ୍ବଳନ କରି ଧୂପ, ଦୀପ ଦେଇ ପୂଜାର୍ଚ୍ଚନା କରିଥିଲେ । ଏହି ଅବସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ରକ୍ତ ସଂଗ୍ରହ କରିଥିଲେ ବରଗଡ ରକ୍ତଭଣ୍ଡାର ଓ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ର ଅଧିକାରୀ ଓ ଟେକନିସିଆନ ମାନେ । ମୋଟ ୯୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।  ମୁଖ୍ୟ ଅତିଥି ଭାବରେ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ବୁର୍ଲା ର  ଆସିଷ୍ଟାଣ୍ଟ ପ୍ରଫେସର ଡାଃ ଶଙ୍କର ରାମ ଚନ୍ଦାନୀ। ମୁଖ୍ୟ ବକ୍ତାଭାବେ ବରଗଡ ର ଡାଃ ସତ୍ଯସାଇ ନାୟକ, ଓ ସମ୍ମାନୀତ ଅତିଥି ଭାବେ ସମାଜସେବୀ ବରଗଡର ପ୍ରକାଶ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଫେସର ସନ୍ତୋଷ ପଣ୍ଡା ପ୍ରମୁଖ ଯୋଗ ଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।
 ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସମାଜ ସେବା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ଫୁଲ ତୋଡ଼ା, ଉପଢୌକନ ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ "ଅମୃତ କୁଟୁମ୍"  ସମସ୍ତ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ସକ୍ରିୟ ଭାବରେ ଅଂଶଗ୍ରହଣ କରି ସହଯୋଗ କରିଥିଲେ। ପରିଶେଷରେ ଅନୁଷ୍ଠାନ ସକ୍ରିୟ ସଦସ୍ୟ ଲଲିତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୯/୨୦୨୩-----୯,୪୫ Sakhigopal News,3/9/2023

ads

Blog Archive

Popular Posts