ଗୁରୁଦିବସ ଉତ୍ସବ ପାଳିତ ଅନୁଷ୍ଠିତ
ବରଗଡ଼ --- ବରଗଡ ଜିଲ୍ଲା ଡାଲବ ପଞ୍ଚାୟତର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଖୁଣ୍ଟୁଲିପାଲି ଠାରେ ମହାସମାରୋହରେ ଗୁରୁଦିବସ ଉତ୍ସବ ପାଳିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଅବୈତନିକ ଶିକ୍ଷକ ପ୍ରହଲ୍ଲାଦ ହୋତା ଯୋଗ ଦେଇ ଶିଶୁମାନେ ଦେଶର ଭବିଷ୍ଯତ ଏବଂ ସେମାନେ ଦେଶ ଓ ସମାଜ ସଂସ୍କାର ଆଣିବା ପାଇଁ ମାର୍ଗଦର୍ଶନ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁରେନ୍ଦ୍ର କୁମାର ଦାଶ,ସମ୍ପାଦକ ମଦନ ମୋହନ ଦାଶ, ଉପସଭାପତି ପ୍ରବୀଣ କୁମାର ସାହୁ ଯୋଗଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଭୋଜରାଜ ଦୁଆନ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁ ଭାଇ,ଭଉଣୀମାନଙ୍କ ଦ୍ଵାରା ଡାଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ ଙ୍କ ଫଟୋରେ ପୁଷ୍ପ ଅର୍ପଣ ପୂର୍ବକ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ ।ଶିଶୁ ଭାଇ ଭଉଣୀ ସମସ୍ତ ଗୁରୁଜୀ, ଗୁରୁମାଙ୍କ ପାଦ ଧୋଇ ଗୁରୁ ପୂଜନ କରିଥିଲେ ।ଶେଷରେ ବିଦ୍ୟାଳୟର ଗୁରୁଜୀ ସୁଜିତ କୁମାର ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୯/୨୦୩୩----୧୦,୨୦ Sakhigopal News,5/9/2023



