ଖଣ୍ଡପଡ଼ା ତହସିଲରେ ବସୁନ୍ଧରା ଯୋଜନା ପ୍ରହସନ ପାଲଟିଛି,ଲୋକଙ୍କଜାଗା ନଥିବାରୁ ବାସିନ୍ଦା ପ୍ରମାଣପତ୍ର ଓ ଆବାସ ଯୋଜନାରୁ ବଞ୍ଚିତ; ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି
ନୟାଗଡ--- ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁପକା ଘରଯୋଜନା ପ୍ରଦାନ କରୁଛନ୍ତି । ଭୂମିହୀନଙ୍କୁ ବସୁନ୍ଧରା ଯୋଜନାରେ ସରକାର ଗରିବ ପରିବାରଙ୍କୁ ଘରଡିହ ଯୋଗାଇ ଦେଉ ଥିବାର ଘୋଷଣା କରୁ ଥିବା ବେଳେ ଖଣ୍ଡପଡ଼ା ତହସିଲଦାରଙ୍କ, ଅଫିସରେଏହା ଏକ ପ୍ରହସନ ପାଲଟିଛି । ଲୋକମାନେ ଆର,ଆଇଙ୍କ ଠାରୁ ଆରମ୍ଭ କରି ଖଣ୍ଡପଡ଼ା ତହସିଲଦାର ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ଶେଷରେ ନିରାଶହୋଇ ରହିଛନ୍ତି। ଗରିବଙ୍କ ପାଇଁ ସରକାର ଙ୍କ ଯୋଜନା ଉପହାସ ପାଲଟିଥିବା ପରି ଜଣା ପଡୁଛି।
ନୟାଗଡ ଜ଼ିଲ୍ଲା ଖଣ୍ଡପଡାବ୍ଲକ ଅନ୍ତର୍ଗତ ରୟତଢୋଲମରାବଡ ହରିଜନ ସାହିର,ପନ୍ଦରରୁ ଉର୍ଦ୍ଧ୍ବପରିବାର ବସୁନ୍ଧରା ଯୋଜନାରେ ଘର ଡ଼ିହ ଓ ଆବାସ ପାଇବାରୁ ବଞ୍ଚିତ। ଆମପ୍ରତିନିଧି ଖବରନେବାରେ ଜଣାଗଲାଯେ ଆଜକୁ20ବର୍ଷ ରୁ ଉର୍ଦ୍ଧ୍ବହେଲା,ରୟତଢୋଲମରାବଡ ହରିଜନସାହିଥିବା ପନ୍ଦର ରୁ ଉର୍ଦ୍ଧ୍ବପରିବାର ଘର ଡ଼ିହ ଓ ଇନ୍ଦିରା ଆବାସରୁ ବଞ୍ଚିତ ହୋଇ ଝାଟିମାଟି ପାଲଟଣା ଘରେ ରହୁଛନ୍ତି । ସବିତା ନାଏକ, କଉନାଏକ,ପୁଷ୍ପଳତାନାଏକ, ସୁମୀନାଏକ, କାଞ୍ଚନ ନାଏକ, ମିନତୀ ନାଏକ,,ପ୍ରତିମା ନାଏକ, ଲତା ନାଏକ, ଟୁନି ନାଏକ, ସୁମନ୍ତି ନାଏକ, ସୁମୀ ନାଏକ ପ୍ରମୁଖଙ୍କ ସୂର୍ଯ୍ୟ ରାତିରେ ଜହ୍ନ ଆଲୁଅକୁ ଦେଖି ଘରେ ରହୁଛନ୍ତି । ଉକ୍ତମହିଳା ମାନଙ୍କ ଅଭିଯୋଗ ଯେ ଆବାସଗୃହ ଓ ବସୁନ୍ଧରା ଯୋଜନାରେ ଡ଼ିହ ଖଣ୍ଡେ ପାଇବା ନିମନ୍ତେ ନେତାଙ୍କଠାରୁ ଆରମ୍ଭ କରି ଖଣ୍ଡପଡ଼ା ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି। ଏମାନେ ଗରିବ ଲୋକ ଓ ଅର୍ଥ ଅଭାବ ରୁ ଘର ଖଣ୍ଡିଏ କରିପାରୁନାହାନ୍ତି । ଏମାନଙ୍କ ପାଇଁ ଘରଡ଼ିହ ଓସରକାରଙ୍କ ଆବାସଯୋଜନା ସାତ ସପନ ହୋଇରହିଛି। ତେବେ ଏ ମାନେ ଅର୍ଥ ଅଭାବରୁ ଚାଳ ଛପର କରି ପାରୁନଥିବା ବେଳେଷସାଧାରଣ ଜରି ପାଲଖଣ୍ଡେ ଯୋଗାଇ ଦିଆ ଯାଉ ନଥିବାର ଅଭିଯୋଗ କରିଛନ୍ତି।କେବଳ ଭଗବାନ ଙ୍କଉପରେ ଭରସା କରି ରହୁଛନ୍ତି । ପିଲାମାନେ ତହସିଲ ଅଫିସରୁ , ସ୍ଥାୟୀ ବାସିନ୍ଦା ପ୍ରଣାମ ପତ୍ର, ନପାଇପାଠପଢିବାରୁ ବଞ୍ଚିତ ହୋଇରହିଛନ୍ତି,।ତୁରନ୍ତ ଘରଡିହ ପଟା ଓ ଆବାସଯୋଜନା ରେ ଘରଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି ।ଗଣମାଧ୍ୟମ ରେ ଖବର ପ୍ରସାରଣ ହେଲା ପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକିରହିଲା।
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୧୧/୨୦୨୨---୯,୪୦ Sakhigopal News,9/11/2022
ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୧୧/୨୦୨୨---୯,୪୦ Sakhigopal News,9/11/2022




