ads

Breaking News

ଖଣ୍ଡପଡ଼ା ବ୍ଲକରେ ପାଇଖାନା ଦୃନୀତି ମାମଲା ଲୋକାୟୁକ୍ତରେ ବିଚାରଧୀନ ରହିଛି; ଏବେ ହିତାଧିକାରୀଙ୍କ ନାମରେ ସୋପଫିଟ ଓ ଡ଼ଷ୍ଟବିନ ଟଙ୍କାକୁ କଣ୍ଟ୍ରାକ୍ଟର ମାଧ୍ୟମରେ ହଡପ ପାଇଁ ମସୁଧା



ନୟାଗଡ଼--- ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ଥିବା ୨୨ଗୋଟି ପଞ୍ଚାୟତରେ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ସ୍ୱଚ୍ଛ ଭାରତ ମିଶନରେ ପାଇଖାନା ନିର୍ମାଣ ପାଇଁ ପ୍ରତି ହିତାଧିକାରୀଙ୍କ ପିଛା ବାରହଜାର ଟଙ୍କା ପ୍ରଦାନ କରାଯାଇଛି।  ଏହି ପାଇ ଖାନା ନିର୍ମାଣ କୁ ହିତାଧିକାରୀ ନିଜେ ନିର୍ମାଣ କରି ତାଙ୍କର ପ୍ରାପ୍ୟପାଇବା କଥା। କିନ୍ତୁ ପ୍ରକୃତ ପକ୍ଷେ ହିତାଧିକାରୀଙ୍କୁ ଏହି ପାଇଖାନା ନିର୍ମାଣ ଦାୟୁତ ଦିଆ ନଯାଇ ହିତାଧିକାରୀଙ୍କ ପାଇଖାନା ନିର୍ମାଣକୁ ପଂଚାୟତରେ ଗାଁ ଗାଁ ରେ ଥିବା କଣ୍ଟ୍ରାକ୍ଟରମାନେ ବ୍ଲକର ବିଭାଗୀୟ ଅଧିକାରୀଙ୍କୁ ହାତ କରି ପାଇଖାନା ଗୁଡିକ କରୁଛନ୍ତି । ଏହି ସବୁ ପାଇଖାନା ଗୁଡିକ ନିମ୍ନ ମାନର କାମ କରି ହିତାଧିକାରୀଙ୍କ ଟଙ୍କାକୁ ହଡପ କରିଥିବା ବେଳେ ନିର୍ମାଣ ହୋଇଥିବା ପାଇଖାନା ଏବେ ଭାଙ୍ଗି ରୁଜି ପଡିଛି। ଲୋକମାନେ ବାହାରେ ମଳତ୍ୟାଗ ନ କରିବା ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା କୋଟି କୋଟି ଟଙ୍କାକୁ ଵିଭାଗୀୟ ଅଧିକାରୀ କଣ୍ଟ୍ରାଟ୍ରର, ଯନ୍ତ୍ରୀ, ମିଳିମିଶି ହଡପ କରିଥିବା ନେଇ ଭାରତୀୟ ବିକାଶ ପରିଷଦର ରାଜ୍ୟ ସଭାପତି ସୁରେନ୍ଦ୍ର କୁମାର ପାଣିଗ୍ରାହୀ ଏକ ମାମଲା ଲୋକାୟୁକ୍ତଙ୍କ ନିକଟରେ କରିଛନ୍ତି।ତେବେ ଖଣ୍ଡପଡ଼ା ବ୍ଲକରେ କୋଟିକୋଟି ଟଙ୍କାର ଦୃନୀତି ମାମଲାକୁ ତଦନ୍ତ ନିର୍ଦ୍ଦେଶ ହେବା ପରେ ଡ଼ାଇରେକ୍ଟର ଅଫ ଇଂନକ୍ବାରି ଖଣ୍ଡପଡ଼ା ଅଞ୍ଚଳ କୁ ଆସି ତଦନ୍ତ କରିଛନ୍ତି। କିନ୍ତୁ ଏହି ପାଇଖାନା ଦୃନୀତି ମାମଲା ଏବେ ବିଚାରଧୀନଥିବା ବେଳେ ପୁର୍ନବାର ଖଣ୍ଡପଡ଼ା ବ୍ଲକ ଅଞ୍ଚଳରେ ବିଭିନ୍ନ ପଂଚାୟତରେ ଥିବା ଗାଁ ମାନଙ୍କରେ ପ୍ରତି ହିତାଧିକାରୀଙ୍କ ପିଛା ପାଞ୍ଚ ହଜାର ଚାରିସହ ଟଙ୍କା ସୋପଫିଟ ଏବଂ ଡଷ୍ଟବିନ ବାବଦରେ ଆସିଥିବାର ବିଶ୍ୱସ୍ଥ ସୂତ୍ରରୁ ଜଣା ପଡ଼ିଛି।ତେବେ ଏହି ପାଞ୍ଚ ହଜାର ଚାରି ଶହ ଟଙ୍କାରେ ପ୍ରତି ହିତାଧିକାରୀଙ୍କୁ ତିନି ଫୁଟିଆନନ୍ଦ ପାଞ୍ଚଟି ଏକ ଘୋଡଣିଦେଢ଼ ଫୁଟ ଓଦୁଇଦୁଇ ଫୁଟ ର ଗାତ ଖୋଳି ହିତାଧିକାରୀଙ୍କ ଟଙ୍କାକୁ ହଡପ କରାଯିବାର ମସୁଧା ଚାଲିଛି। ନିଜେ ହିତାଧିକାରୀଏହା କରୁ ନଥିବା ବେଳେ ଗାଁର କୁଜି କଣ୍ଟାକ୍ଟରମାନେ ହିତାଧିକାରୀଙ୍କ ଜବ କାର୍ଡ ,ଆଧାର କାର୍ଡ, ଆକାଉଣ୍ଟ,କୁ ସଂଗ୍ରହ କରି ଏହି ନନ୍ଦକୁ ଲୋକମାନଙ୍କୁ ଯୋଗାଇ ଦେଉଥିବାର ଜଣାପଡିଛି। ପ୍ରତି ହିତାଧିକାରୀଙ୍କ ପିଛା କେତେ ଟଙ୍କା ଆସୁଛି କୌଣସି ହିତାଧିକାରୀଜାଣି ପାରୁ ନାହାଁନ୍ତି। କି ନିଜେ ଏହି କାମକରିବା ପାଇଁ ତାଙ୍କୁ ଦିଆଯାଉନାହିଁ। ସରକାର ହିତାଧିକାରୀଙ୍କ ପାଇଁ ବିଭିନ୍ନ ଯୋଜନା କରୁ ଥିବା ବେଳେ ଏହି ଯୋଜନାକୁ ହିତାଧିକାରୀଙ୍କ ନାଁ ରେ ହରିଲୁଟ କରାଯାଉଛି।ଏଣୁ ଏଦିଗରେ ଯଦି ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ପଦେକ୍ଷପ ନିଆଯାଏ ତାହେଲେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟଙ୍କା ହଡ଼ପ ନହୋଇ ନିଜେ ହିତାଧିକାରୀ ସୁବିଧା ପାଇ ପାରିବେ।ଏଣୁ ଏଦିଗରେ ନୟାଗଡ଼ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଦାବି ହେଉଛି। ନୟାଗଡରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୯/୧୧/୨୦୨୨---୯,୩୫ Sakhigopal News,9/11/2022

ads

Blog Archive

Popular Posts