ଡୁଙ୍ଗୁରିପାଳିରେ ସୌର ପ୍ରକଳ୍ପ ନିର୍ମାଣ ପ୍ରସଙ୍ଗ; ପ୍ରକଳ୍ପ ନିର୍ମାଣ ବିରୋଧରେ ପୁଣିଥରେ ତେଜିଲା ଜିଲ୍ଲା କନ୍ଧ ସମାଜ
ବଲାଙ୍ଗିର,ସାଇଁତଲା ----ଦୀର୍ଘଦିନ ହେବ ଆଦିତ୍ୟ ବିର୍ଲା ନାମକ ଏକ ଘୋରୋଇ କମ୍ପାନୀ ସଇଁନ୍ତଲା ବ୍ଲକର ଡୁଙ୍ଗୁରିପାଲି ଓ ତେଣ୍ଡିପାଲିରେ ସୌର ପ୍ରକଳ୍ପ ନିର୍ମାଣ କରିବା ନେଇ ଗ୍ରାମବାସୀ,ଜିଲ୍ଲା ଯୁବ କନ୍ଧ ସମାଜ ଓ କମ୍ପାନୀ ମଧ୍ୟରେ ବାଦବିବାଦ ଦେଖାଯାଇଥିଲା । ତେବେ ଏହିଭଳି ସ୍ଥିତିରେ ଜିଲ୍ଲା ଯୁବ କନ୍ଧ ସମାଜ ସୌର ପ୍ରକଳ୍ପ ନିର୍ମାଣକୁ ବିରୋଧ କରିଆସୁଥିଲେ । ହେଲେ ପାଣ୍ଡବ ସାହୁ ଓଡ଼ିଶା ହାଇକୋର୍ଟ ସୌର ପ୍ରକଳ୍ପ ନିର୍ମାଣ ବିରୋଧରେ ଆବେଦନ କରିବା ପରେ ନ୍ୟାୟାଳୟ ରିହାତି ଦେଶ ଦେଇଥିଲା । ହେଲେ ପରବର୍ତ୍ତୀ ସମୟରେ ଆଦିତ୍ୟ ବିର୍ଲା କମ୍ପାନୀ ରିହାତିଦେଶ କୁ ଚ୍ୟାଲେଞ୍ଜ କରିବା ପରେ ପ୍ରକଳ୍ପ ନିର୍ମାଣ ହେବା କାର୍ଯ୍ୟ ପୁଣିଥରେ ଆରମ୍ଭ କରିଛନ୍ତି । ପୁଣି ଥରେ ଜିଲ୍ଲା ଯୁବ କନ୍ଧ ସମାଜ ସଂଗଠନର ଜିଲ୍ଲା ସଭାପତି ସୁରେଶ ଭୋଇଙ୍କ ନେତୃତ୍ୱରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବିରୋଧରେ କାଲିଠୁ ଆନ୍ଦୋଳନ କରିବା ପାଇଁ ଉପସଭାପତି ଧନେଶ୍ଵର ମାଝୀ, ଦୋଷମଣି ପଧାନୀ, ଚିତ୍ରସେନ ଭୋଇ, ବାସୁଦେବ ଯାନି, କିରଣ ଭୋଇ, ବନିତା ପଧାନୀ, ସେବତୀ ଭୋଇ ଓ ଧନୀ ପଧାନୀ ପ୍ରମୁଖ ସଇଁନ୍ତଲା ପୋଲିସକୁ ଅନୁମତି ମାଗିଛନ୍ତି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୩/୧୧/୨୦୨୨---୮,୧୦ Sakhigopal News,3/11/2022


