ସଇଁନ୍ତଲାରେ କେତେ ସୁରକ୍ଷିତ ସାମ୍ବାଦିକ,ଅଭିଯୁକ୍ତ ବେଧଡ଼କ ବୁଲୁଛି, ପୋଲିସ ଅପରାଧୀଙ୍କୁ ଗିରଫ କରିବ କେବେ
ବଲାଙ୍ଗିର,ସଇଁନ୍ତଲା--- ଯେତେବେଳେ ସାଧାରଣ ଲୋକ ଶାସନ କିମ୍ଵା ପ୍ରଶାସନ ଉପରେ ଆଶା କିମ୍ଵା ବିଶ୍ୱାସ ତୁଟିଯାଏ ସେତେ ବେଳେ ସାଧାରଣ ଲୋକଟି ଜଣେ ସାମ୍ବାଦିକକୁ ଖୋଜିଥାଏ। ସେଥିପାଇଁ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ କିମ୍ବା ସରକାରଙ୍କ ଆଗରେ ରଖିବା ପାଇଁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ ହିସାବରେ ସାମ୍ବାଦିମାକ ମାନଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଇଛି। ଗଣତନ୍ତ୍ରର ମଜବୁତ ପାଇଁ ଶାସନ ଓ ପ୍ରଶାସନର ଦୋଷ ଓ ଦୁର୍ବଳକୁ ସମାଜର ଦର୍ପଣ କୁହାଯାଉଥିବା ଖବର କାଗଜ କିମ୍ଵା ଟେଲିଭିଜନରେ ସାମ୍ବାଦିକ ମାନେ ଉପସ୍ଥାପନ କରିଥାନ୍ତି।ତେବେ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ଉପରେ ବାର ବାର କାହିଁକି ଆକ୍ରମଣ କରାଯାଉଛି।ଗତ ଦୁଇ ବର୍ଷ ଭିତରେ ସଇଁନ୍ତଳା ଅଞ୍ଚଳରେ ସାମ୍ବାଦିକ ମାନଙ୍କୁ ତିନିରୁ ଅଧିକ ଥର ଆକ୍ରମଣ ହୋଇସାରିଛି। ଗତ ଫେବୃଆରୀ ମାସରେ ଅବିନାଶ ନନ୍ଦ ନାମକ ଜଣେ କାର୍ଯ୍ୟରତ ବୈଦୁତିକ ଗଣମାଧ୍ୟମ ସାମ୍ବାଦିକ ଯେତେ ବେଳେ ଗୋଟିଏ ପଞ୍ଚାୟତକୁ ଖବର ସଂଗ୍ରହ କରିବା ପାଇଁ ଯାଇଥିଲେ ସେତେବେଳେ ସରପଞ୍ଚଙ୍କ ସ୍ବାମୀ ସାମ୍ବାଦିକ ଜଣକୁ ଆକ୍ରମଣ କରିଥିଲେ । ପରବର୍ତ୍ତୀ ସମୟରେ ଉକ୍ତ ସାମ୍ବାଦିକ ସଇଁନ୍ତଲା ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ ଶୁନ୍ ରହିଛି । ସେହିପରି ଅଜିତ ସାହୁ ନାମକ ଏକ ଦୈନିକ ଖବରକାଗଜର ସାମ୍ବାଦିକ ଜଣେ ଅସାଧୁ ଧାନ ବ୍ୟବସାୟୀଙ୍କ ଘର ଉପରେ ସ୍ଥାନୀୟ ତହସିଲଦାର ଚଢ଼ାଉ କରିଥିବା ନେଇ ଖବର ପ୍ରସାରଣ କରିଥିଲେ । ଖବର ପ୍ରସାରଣ ନେଇ ସାମ୍ବାଦିକ ଅଜିତକ ଘରକୁ ଯାଇ କିଛି ଦୁର୍ବୃତ ଆକ୍ରମଣ କରିଥିଲେ । ପରେ ସାମ୍ବାଦିକ ଜଣକ ଥାନାରେ ଏତଲା ଦେଇଥିଲେ ହେଲେ ପୋଲିସ ଘଟଣାକୁ ଗୁରୁତର ସହ ନେଇନଥିଲା।ସେହି ପରି ଆଉଜଣେ ଖବର କାଗଜରେ କାର୍ଯ୍ୟରତ ସାମ୍ବାଦିକ ବିଶାଲ କୁମାର ଅଗ୍ରୱାଲ ସଇଁନ୍ତଲା ସ୍ଥିତ ଫପସିଛକରେ ରେଲୱେର ନକଲି ଟିକଟ ବିକ୍ର କରୁଥିବା ନେଇ ଜଣେ କଳାବଜାରୀ ବ୍ୟବସାୟୀଙ୍କ ବିରୋଧରେ ଖବର ପ୍ରସାରଣ କରିଥିଲେ । ଖବର ପ୍ରସାରଣ ପରେ ବିଜେଡିର ଜଣେ ଯୁବ ନେତା ସାମ୍ବାଦିକ ଶ୍ରୀଯୁକ୍ତ ଅଗ୍ରୱାଲକୁ ଫୋନ ଯୋଗେ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ପରବର୍ତ୍ତୀ ସମୟରେ ସଇଁନ୍ତଲା ସାମ୍ବାଦିକ ସଂଘ ଏନେଇ ଥାନରେ ଏତଲା ଦେଇଥିଲେ । ହେଲେ ସମ୍ପୃକ୍ତ ଯୁବକ ଜଣକ ଶାସକ ଦଳର ହୋଇଥିବାରୁ ପୋଲିସ ତା ବିରୋଧରେ କର୍ଯୁଷ୍ଠାନ ନେବାପାଇଁ କୁଣ୍ଠାବୋଧ କରିଥିଲା। କେବଳ ସାଧାରଣ ଲୋକେ ନୁହେ ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଯେତେେଳେ ସଇଁନ୍ତଲା ସ୍ଥିତ ଅଧା ନିର୍ମାଣ ବାଦି ପଡ଼ା ବ୍ରିଜକୁ ତଦାରଖ କରିବା ପାଇଁ ଆସିଥିବା ସମୟରେ ଜଣେ ଗଣ ମାଧ୍ୟମ ପ୍ରତିନିଧି ତାଙ୍କ ଫୋନ କ୍ୟାମେରାରେ ଭିଡିଓ କଏଦ କରୁଥିଲେ ।ଏହି ସମୟରେ ମନ୍ତ୍ରି ରାଗି ଯାଇ ସାମ୍ବାଦିକ ଜଣକର ଫୋନ ଜବରଦସ୍ତ ଛଡାଇନେଇଥିଲେ ଓ ପରେ ବିଜେଡ଼ି କର୍ମୀ ଓ ସାମ୍ବାଦିକ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା ।ଏହି ସମୟରେ ପୋଲିସ ସାମ୍ବାଦିକ ମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ମନ୍ତ୍ରୀ ଓ ଦଳୀୟ କର୍ମୀକୁ ସୁରକ୍ଷା ଦେଇ ରାସ୍ତା ପାରି କରିଥିଲା । ଠିକ୍ ସେହିଭଳି ଗତ ୨୦ ତାରିଖ ଦିନ ବିଡିଓ କାର୍ଯ୍ୟାଳୟ ସମ୍ଭୁଖରେ ମିଶନ ଶକ୍ତି ଗୃହ ନିର୍ମାଣରେ ଅନିୟମିତା ଓ ନିମ୍ନ ମାନର କାମ ହେଉଥିବା ନେଇ ସଂପୃକ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ଯନ୍ତ୍ରିକୁ ଜଣେ ସାମ୍ବାଦିକ ଫୋନ ଯୋଗେ ଯୋଗାଯୋଗ କରିଥିଲେ। ଯୋଗାଯୋଗ କରିବାର କିଛି ସମୟ ପରେ କିଛି ସାମ୍ବାଦିକ ସଇଁତଳା ସ୍ଥିତ କନ୍ୟାଶ୍ରମ ସମ୍ମୁଖରେ ଏକ ଦୋକାନରେ ବସିଥିବା ବେଲେ ଆଶିଷ ଥାଟି ନାମକ ଜଣେ ଅସାମାଜିକ ବ୍ୟକ୍ତି ନିଜକୁ ସଂପୃକ୍ତ ଠିକାଦାରର ସହଯୋଗୀ ପରିଚୟ ଦେଇ ଉପସ୍ଥିତ ସାମ୍ବାଦିକ ମାନଙ୍କୁ ଦୁର୍ବ୍ୟବହାର ସହ ଜୀବନରୁ ମାରିଦେବାର ଧମକ ମଧ୍ଯ ଦେବାକୁ ପଛାଇନଥିଲେ। ଏନେଇ ଉକ୍ତ ସାମ୍ବାଦିକ ସଇଁତଳା ଥାନାରେ ଏତଲା ଦେଇଥିଲେ । ତେବେ ଦୀର୍ଘ ଦିନ ବିତିଯାଇଥିଲେ ବି ପୋଲିସ ପକ୍ଷରୁ ଦୋଷୀ ବିରୋଧରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ। ତେବେ ପରେ ବଲାଙ୍ଗୀର ଜିଲ୍ଲା ଓୟୁଜେ ଶାଖା ତରଫରୁ ଅଭିଯୁକ୍ତକୁ ଗିରଫ କରିବା ପାଇଁ ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ପାଖରେ ଦାବୀ କରିଥିଲେ। ସେହି ସମୟର ଏସଡିପିଓ କୁମ୍ଭାର ତଦନ୍ତ ଜାରି ରହିଥିବା ବେଳେ ଆଇନ ଅନୁଯାୟୀ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବା ସହ ତଦନ୍ତ କରି ଉଚିତ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ସାମ୍ବାଦିକ ମାନଙ୍କୁ କହିଥିଲେ। ହେଲେ ଏତଲା ଦେବାର ୧୦ ଦିନ ରୁ ଅଧିକ ଦିନ ବିତିଯାଇଥିଲେ ସୁଦ୍ଧା ଦୋଷୀଙ୍କ ବିରୋଧରେ କୌଣସି ପ୍ରକାର କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇନାହିଁ।
ଏନେଇ ସାମ୍ବାଦିକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।ସଇଁନ୍ତଲା ପୋଲିସର ନିରବତା ଓ କାର୍ଯ୍ୟଦକ୍ଷତାକୁ ନେଇ ସାମ୍ବାଦିକ ମହଲ ତଥା ଅନେକ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନବାଚି ସୃଷ୍ଟି କରିଛି। ତେବେ ବରିଷ୍ଠ ସାମ୍ବାଦିକ ସଞ୍ଜୟ ବେହେରା ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଟିଟିଲାଗଡ଼ ଏସଡିପିଓ ଅଙ୍କିତା କୁମ୍ଭାର ଙ୍କୁ ପଚାରିବାରୁ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।ବାସ୍ତବରେ ଦୋଷୀ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ନାଁ ଘଟଣା କୁ ପୁଲିସ ପ୍ରଶାସନ ଫାଇଲ ତଳେ ଚାପି ଦେବ ତାହା ଦେଖିବାକୁ ରହିଲା।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୩/୧୧/୨୦୨୨--୮,୪୫ Sakhigopal News 3/11/2022



