ads

Breaking News

ଉଡ଼ନ୍ତା ପୋଲର ଅସମ୍ପୂର୍ଣ ଓ ଧୀର ମନ୍ଥର କାର୍ଯ୍ୟ ବିରୋଧରେ ବିରାଟ ଗଣଧାରଣା ଓ ଅନଶନ




ଜଟଣୀ ---ଖୋର୍ଦ୍ଧା ଓ ପିପିଲି ସହରକୁ ସଂଯୋଗ କରୁଥିବା ଏକ ମାତ୍ର ଭୁତଳ ରାସ୍ତା ଜଟଣୀ ସହରର ସୀତାରାମ ଛକଠାରେ ଅବସ୍ଥିତ l ଏହା କେଉଁ ବ୍ରିଟିଶ ଅମଳରୁ ନିର୍ମିତ ହୋଇଅଛି l ଏହି ଭୁତଳ ରସ୍ତାର ତଳେ ବର୍ଷା ପାଣିର ନିଷ୍କାସନ ପାଇଁ ଏକ ନାଳ ନିର୍ମିତ ହୋଇଥିଲା l ଇଂରେଜ ଅମଳର ଯନ୍ତ୍ରୀ ନିଜର ବୁଦ୍ଧି ଖଟାଇ ଏକ ସୁନ୍ଦର ବ୍ୟବସ୍ଥା କରିଥିଲେ l ଯାହାକି ଯେତେ ବର୍ଷା ହେଲେ ମଧ୍ୟ ଜଳ ଜମି ରୁହେନାହିଁ l ବର୍ତ୍ତମାନ ଏହାର ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ଏଥିରେ ମାଟି ପଙ୍କ ଜମି ପାଣି ନିଷ୍କାସନ ଠିକ ରୂପେ ପ୍ରବାହିତ ହୋଇନପାରିବା ଫଳରେ ବର୍ଷା ଦିନେ ଏହି ରାସ୍ତା ଦେଇ ଯାତାୟାତ କରିବା କଷ୍ଟ ହୋଇପଡ଼େ l ଧୀରେ ଧୀରେ ଜଣସଂଖ୍ୟା ବୃଦ୍ଧି ଫଳରେ ବହୁଳ ମାତ୍ରାରେ ଯାନବାହାନ ଚଳାଚଳ ମଧ୍ୟରେ ଛୋଟବଡ ଦୁର୍ଘଟଣା ଘଟି ଅନେକ ନିରୀହ ବ୍ୟକ୍ତି ତଥା ଶିଶୁଙ୍କର ପ୍ରଣାହାନି ଘଟିଛି l ପ୍ରତେକ ଦିନ ହଜାର ହଜାର ଜନସାଧାରଣ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି l ଅନେକ ସମସ୍ୟାକୁ ଦୃଷ୍ଟିରେ ରଖି ୧୫00 ମିଟର ଲମ୍ବ ବିଶିଷ୍ଟ ସୀତାରାମଛକ ଆନ୍ଧ୍ର ବ୍ୟାଙ୍କ ଠାରୁ କୁଦିଆରୀ ବଜାର ଜହୀର ବେଗ ଡାକ୍ତରଖାନା ପର୍ଯ୍ୟନ୍ତ ଏକ ଉଡ଼ନ୍ତା ପୋଲ ନିର୍ମିତ ପାଇଁ 2014 ମସିହାରେ ପ୍ରସ୍ତାବିତ ହୋଇ 2016 ମସିହା ଜୁଲାଇମାସରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା l ଦୀର୍ଘ ଛଅ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ଏହି ଉଡ଼ନ୍ତା ପୋଲର ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ ଅବସ୍ଥାରେ ପଡ଼ିରହିଛି l ଯାହା ଫଳରେ ଜଟଣୀ ବାସୀଙ୍କ ଅନେକ ଦିନର ଆଶା ଆକ୍ଷାଙ୍କାକୁ ଅଣଦେଖା କରିବା, କାର୍ଯ୍ୟାଧାରର ଅନିୟମିତତା ଓ ସ୍ଥାଣୁତା ଅନେକ ମାତ୍ରାରେ ମର୍ମାହତ କରିଛି l ଦୀର୍ଘ ୨୫ବର୍ଷ ଧରି ସ୍ଥିର ସରକାରଙ୍କ ନିରବଛିନ୍ନ ଶାସନ କରୁଥିଲେ ମଧ୍ୟ ଜଟଣୀ ବାସୀଙ୍କୁ ପତରଣା କରିଛି l ଏହାର ପ୍ରତିବାଦରେ ଜଟଣୀ ନାଗରିକ କମିଟିର ମୁଖ୍ୟ ପୁରଧା କ୍ୟାପଟେନ ମନ୍ମଥ ରାଉତରାୟଙ୍କ ତରଫରୁ ନଭେମ୍ବର 03/11/22 ଓ 04/11/22 ରିଖ ଦୁଇଦିନ ଧରି ବିରାଟ ଗଣଧାରଣା ଏବଂ ଅନଶନ ପାଇଁ ଡାକରା ଦିଆଯାଇଅଛି l ଏହି ଡାକରାରେ କଂଗ୍ରେସ ଦଳର ବହୁ ପୁରୁଧା କଳିଙ୍ଗ କୁମାର ସାହୁ, ବୃନ୍ଦାବନ ସାହୁ, ପୂର୍ବତନ ପୌର ଅଧକ୍ଷ ସଂଗ୍ରାମ ରାଉତରାୟ, ପୂର୍ବତନ କୁସୁମାଟି ଛଣଘର ପଞ୍ଚାୟତର ସରପଞ୍ଚ ଶୁନୀଲ ରାଉତ୍ତରାୟ, ନୌସର ଅଲ୍ଲୀ, ଅଶୋକ ମଙ୍ଗରାଜ, ସବିତା ବେହେରା, ସୀତା ରାଉତ ସହ ଶତାଧିକ କଂଗ୍ରେସ କର୍ମୀ ଓ ଶତାଧିକ ମହିଳା ଯୋଗ ଦେଇଥିଲେ l ଏହି ସଭାରେ କ୍ୟାପଟେନ ମନ୍ମଥ ରାଉତରାୟ ଆହ୍ୱାନ ଦେଇ କହିଛନ୍ତି ଜଟଣୀ ବାସୀଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ଜଟଣିବାସିଙ୍କ ତରଫରୁ ଆମ୍ଭେ ନିବେଦନ କରୁଅଛୁ, ଉଡ଼ନ୍ତା ପୋଲର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଖୁବ ଶୀଘ୍ର କାର୍ଯ୍ୟ ଶେଷ କରନ୍ତୁ l ଯଦି ଏଥିରେ ତିଳେ ମାତ୍ର ବିଚ୍ୟୁତ କରାଯାଏ, ତେବେ ଆଗାମୀ ଦିନରେ ଆଇନ ଅମାନ୍ୟ ଆନ୍ଦୋଳନ କରିବା ପାଇଁ ନାଗରିକ କମିଟି ପଛଘୁଞ୍ଚା ଦେବନାହିଁ ବୋଲି ଦର୍ଶାଇ ଛନ୍ତି l ଏହି ପରିପ୍ରେକ୍ଷୀରେ ଜଟଣୀର ପୂର୍ବତନ ବିଧାୟକଙ୍କୁ ସାକ୍ଷାତ କରିବାରେ କହିଛନ୍ତି ଉଡ଼ନ୍ତା ପୋଲର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରି ଯଥାଶୀଘ୍ର କାର୍ଯ୍ୟ ସମାପନ କରିବା ପାଇଁ ଆମେ ଆମର ନବନିର୍ମିତ ଜଟଣୀ ବିକାଶ ପରିଷଦ ତରଫରୁ ଗତ ତା 02/11/22 ରିଖ ଦିନ ପୂର୍ବତଟ ରେଳବାଇ ମଣ୍ଡଳ ପ୍ରବନ୍ଧକଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରିଛୁ l ଖୋର୍ଦ୍ଧା ରୋଡ଼ ରେଳ ପ୍ରବନ୍ଧକ ମହାଶୟ ଆସନ୍ତା ଜାନୁଆରୀ ମାସର ପ୍ରଥମ ସପ୍ତାହ ଭିତରେ ପୋଲର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ପ୍ରତୁଶୃତି ଦେଇଛନ୍ତି l ଏହି ସମସ୍ତ ରାଜନୀତି ଭିତରେ ଜଟଣୀବାସୀଙ୍କ ବହୁଦିନର ଆଶା ଆକ୍ଷାଙ୍କା କେବେ ପୂରଣ ହେଉଛି ତାହା ଦେଖିବାର ବାକି ରହିଲା l
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୧୧/୨୦୨୨--- ୭,୪୫ Sakhigopal News,3/11/2022

ads

Blog Archive

Popular Posts