ଶତାଧିକ ଶ୍ରଦ୍ଧାଳୁ ଧବଳେଶ୍ୱରଙ୍କୁ ଦର୍ଶନ କରିବା ସହ ମାନସିକ ଚୁଡାଘଷା ଭୋଗ କଲେ
ସାକ୍ଷୀଗୋପାଳ ----- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବୀର ରାମଚନ୍ଦ୍ରପୁରର ଆଦ୍ଯ ଶାସନ ଗ୍ରାମର ଚତୁର୍ଥ ଖଣ୍ଡିଏ ମୁଣ୍ଡରେ ପୂଜିତ ଧବଳେଶ୍ଵର ମନ୍ଦିରରେ ବଡଓଷା ଅବସରରେ ସହସ୍ରାଧିକ ଶ୍ରଦ୍ଧାଳୁ ଦର୍ଶନ କରିଛନ୍ତି । ପୂରୀ - ଖୋର୍ଦ୍ଧା ରେଲ ଲାଇନ କଡ଼ରେ କାହିଁ କେଉଁ କାଳରୁ ପୂଜିତ ଧବଳେଶ୍ଵର ମହାଦେବ । ପ୍ରତିବର୍ଷ ପରି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ବଡଓଷା ପାଳିତ ହୋଇଥାଏ । ଦୁଇ ବର୍ଷ ମହାମାରୀ କରୋନା ଯୋଗୁ ଯାତ୍ରା ବନ୍ଦ ରହିଥିଲା। ଏବର୍ଷ ଧବଳେଶ୍ଵର ମନ୍ଦିରରେ ଭକ୍ତଙ୍କ ସମାଗମ କୁ ନଜର କରି ରାତିରୁ ଠାକୁରଙ୍କ ସ୍ନାନ, ବେଶ ବାଳଭୋଗ ଇତ୍ୟାଦି ନୀତିକାନ୍ତି ସରିବା ପରେ ସକାଳ ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ଗ୍ରାମ କୋଠ ଓ ଯୁବକ ସଂଘ ଦ୍ୱାରା ଠାକୁରଙ୍କ ମନ୍ଦିର ଆଗରେ ବାରିକେଟ କରାଯାଇ ଭକ୍ତ ମାନେ ଧାଡିରେ ଯାଇ ଦୀପ, ବେଲପତ୍ର, ଫୁଲ ,ଭୋଗ ,ପଇଡ ,ନଡିଆ ,କ୍ଷୀର, କଦଳୀ ଆଦି ହାତରେ ଧରି ଠାକୁରଙ୍କୁ ଦର୍ଶନ କରି ଭୋଗ ଲାଗି କରିଥିଲେ । ମନ୍ଦିରର ଚାରିପଟେ ଉଠା ଦୋକାନ ସବୁ ବସିଥିଲା । ବଡ଼ଓଷା ବା ଠାକୁର ଙ୍କ ପାଖରେ ମାନସିକ ଧାରିମାନେ ଚୁଡାଘଷା ପ୍ରସ୍ତୁତ କରି ଠାକୁରଙ୍କ ନିକଟରେ ଭୋଗ କରିଥିଲେ । ଫୁଲ ଓ ବିଜୁଳି ଆଲୋକରେ ମନ୍ଦିର ସାଜସଜ୍ଜା କରାଯାଇ ଥିଲା । ଗ୍ରାମକୋଠ ଓ ଯୁବକ ସଂଘ ସହଯୋଗରେ ଠାକୁରଙ୍କ ଯାତ୍ରା ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିଲା । ସେହିପରି ବିଭିନ୍ନ ଗ୍ରାମରେ ଥିବା ମହାଦେବ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁମାନଙ୍କର ଗହଳି ପରିଲକ୍ଷିତ ହୋଇଥିଲା।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୧୧/୨୦୨୨---୮,୪୫ Sakhigopal News,6/11/2022




