ବ୍ଲକ ସ୍ତରୀୟ ଡିଜିଟାଲ ଗଭର୍ଣମେଣ୍ଟ କର୍ମଶାଳା ଅନୁଷ୍ଠିତ
ବରଗଡ଼---ବରଗଡ ଜିଲ୍ଲା ଜାଣ୍ଡୋଲ ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପ୍ରବନ୍ଧକ ଶ୍ରୀଯୁକ୍ତ ଜୟ କିଶନ ମହାରଣା, ଭେଡେନ ଶାଖାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ଲକ ସ୍ତରୀୟ ଡିଜିଟାଲ ଗଭର୍ଣମେଣ୍ଟ କର୍ମଶାଳା ଅନୁଷ୍ଠିତ ହୋଇ ଯାଇଛି । ଶ୍ରୀ ମଛିନ୍ଦ୍ର ମଲ୍ଲିକ, ବି.ଇ.ଓ. ଭେଡେନ ସ୍ୱାଗତ ଭାଷଣ ଦେଇଥିଲେ। ଶ୍ରୀ ମହାରଣା ଅନଲାଇନ ବ୍ୟାଙ୍କିଙ୍ଗ ସେବା ବିଷୟରେ ବିଶେଷ ଧାରଣା ପ୍ରଦାନ କରିଥିଲେ । ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଅଜିତ ବେହେରା, କ୍ଯାସିୟର ଶ୍ରୀ ଶଙ୍କର ମିଶ୍ର ଆକାଉଣ୍ଟଟାଣ୍ଟ, ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟ ବରଗଡ଼ ଯୋଗ ଦେଇଥିଲେ । ଶ୍ରୀ ସୁବାଷ ଚନ୍ଦ୍ର ଦାସ ପ୍ରଧାନ ଶିକ୍ଷକ, ଶ୍ରୀ ସନ୍ଦୀପ କୁମାର ମଲ୍ଲିକ ବି. ଏମ. ଭାରତୀୟ ଷ୍ଟେଟ ବ୍ୟାଙ୍କ ପପଙ୍ଗା ଶାଖା, ଶ୍ରୀ ପବିତ୍ର ପଧାନ, ଶ୍ରୀ ସୁବୋଧ କିରୋ ଓ ଶ୍ରୀ ଶିବୁନ ସାହୁ ଭାରତୀୟ ଷ୍ଟେଟ ବ୍ୟାଙ୍କ ଭେଡେନ ଶାଖା ଓ ଶ୍ରୀ ଉତ୍ତର କୁମାର ବାରିକ, ଶ୍ରୀ ଦିଲ୍ଲୀପ କୁମାର ସାହୁ ଆକାଉନଟାଣ୍ଟ ବି.ଇ.ଓ କାର୍ଯ୍ୟାଳୟ ଭେଡେନ ଏବଂ ସମସ୍ତ ସି.ଆର.ସି.ସି. ସହଯୋଗ କରିଥିଲେ । ଏହି କର୍ମଶାଳାରେ ବ୍ଲକର ସମସ୍ତ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗ ଦେଇଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୨---୭,୧୫ Sakhigopal News,6/11/2022




