ads

Breaking News

ବିଶିଷ୍ଟ ପ୍ରବଚକ ଗୀତାପ୍ରସାଦ ହୋତାଙ୍କର ଦେହାନ୍ତ


ବରଗଡ଼---  ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ଲୋଇଶିରା ଗ୍ରାମ ର ବିଶିଷ୍ଟ ପ୍ରବଚକ ଗୀତାପ୍ରସାଦ ହୋତାଙ୍କର ଦେହାନ୍ତ ହୋଇଯାଇଛି। ଦେହାନ୍ତ ସମୟରେ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା। ସେ ଜଣେ ଧର୍ମ ପରାୟଣ, ପରୋପକାରୀ, ମିଷ୍ଟଭାଷୀ ଓ ମେଳାପୀ ମଣିଷ ଥିଲେ। ତାଙ୍କର ବିଯୋଗ ରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସେ ଲୁପୁରସିଂହା ଗୌରୀଶଙ୍କର ଆଶ୍ରମ ର ଜଣେ ସକ୍ରିୟ ସଭ୍ୟ ଥିଲେ। ତାଙ୍କର ମୃତସଜ୍ଜା ନିକଟରେ ତିନି ପୁଅ, ପୁତ୍ର ବଧୂ ନାତି ନାତୁଣୀ, ଝିଅ ଜ୍ବାଇଁ ପରିବାର ବର୍ଗ ଉପସ୍ଥିତ ଥିଲେ।  ଶେଷ ଦର୍ଶନ କରିବା ପାଇଁ ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି, ବହୁ ପ୍ରବଚକ ଯୋଗ ଦେଇ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ ।ଲୋଇଶିରା ସ୍ଵର୍ଗଦ୍ଵାର ଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।  ବଡ ପୁଅ ଅଶ୍ଵିନୀ ହୋତା ମରଶରୀର ରେ ମୁଖାଗ୍ନି  ଦେଇଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୧୧/୨୦୨୨-----୮,୦୫
  Sakhigopal News 5/11/2022

ads

Blog Archive

Popular Posts