ମହମ୍ମଦ ଅଵରାର ହେଲେ ଜିଲ୍ଲା କଂଗ୍ରେସର ସଂଖ୍ୟାଲଘୁ ସେଲ ଅଧକ୍ଷ
ଜଟଣୀ,--ଜଟଣୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତରାବୋଇର ପୂର୍ବତନ ସରପଞ୍ଚ ମହମ୍ମଦ ଅବରାର ହେଲେ ଖୋର୍ଦ୍ଧା ଜିଲ୍ଲାକଂଗ୍ରେସ ସଂଖ୍ୟଲଘୁ ସେଲର ଅଧ୍ୟକ୍ଷ। ପ୍ରଦେଶ କଂଗ୍ରେସ, ଓଡିଶା ମନୋନୀତ କରିଥିବାରୁ ଜଟଣୀ ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ତରଫରୁ ହାର୍ଦିକ କୃତଜ୍ଞତା ଜ୍ଞାପନ କରାଯାଇଛି।ତାଙ୍କର ଏହି ମନୋନୟନ ପାଇଁ ଅଖିଳ ଭରତୀୟ କଂଗ୍ରେସ କମିଟି ର ସଭାପତି ଶ୍ରୀ ମାଳିକାର୍ଜୁନ ଖଡ଼ଗେ ,ଶ୍ରୀ ରାହୁଲ ଗାନ୍ଧି, ଶ୍ରୀମତୀ ସୋନିଆ ଗାନ୍ଧି, ଶ୍ରୀ ଇମ୍ରାନ ପ୍ରତାପଗରୀ ଏମ.ପି ତଥା ସର୍ବଭାରତୀୟ ଅଧ୍ୟକ୍ଷ ସଂଖ୍ୟାଲଘୁ ସେଲ, ପ୍ରଦେଶ କଂଗ୍ରେସ ସଭାପତି ଓଡିଶା ଶ୍ରୀ ଶରତ ପଟ୍ଟନାୟକ ଓ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରାଯାଇଛି। ଶ୍ରୀ ଅଵରାରଙ୍କ ସହଧର୍ମିଣୀ ଶ୍ରୀମତୀ ସାକିରା ଅବ୍ରାରର ଗତ ୨୦୧୭ରୁ ୨୦୨୨ ମସିହା ପର୍ଯ୍ୟନ୍ତ ତରବୋଇ ପଞ୍ଚାୟତ ର ସରପଞ୍ଚ ଭାବେ କାର୍ଯ୍ୟ କରି ରାଜ୍ୟ ସରକାରଙ୍କ ପିଠା ଯୋଜନାରେ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଶ୍ରୀ ଅଵରାର ପୂର୍ବରୁ କଂଗ୍ରେସର ବିଭିନ୍ନ କାର୍ଯ୍ୟଭାର ଗ୍ରହଣ କରି ସୁଚାରୁ ରୂପେ ପାଳନ କରିଥିବାରୁ ପୁଣି ଏକ ଗୁରୁ ଦାଇତ୍ୱ ପ୍ରଦାନ କରାଯାଇଛି ବୋଲି କହିଛନ୍ତି। ଏଥି ସହିତ ସଂଖ୍ୟା ଲଘୁ ସେଲ ଦାଇତ୍ୱ ପାଇବା ପରେ ଅବହେଳିତ ଓ ଅସହାୟ ସଂଖ୍ୟାଲଘୁମାନଙ୍କ ପାଇଁ କାର୍ଯ୍ୟ କରିବି ବୋଲି ମତ ପୋଷଣ କରିଛନ୍ତି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧୧/୨୦୨୨---୮,୪୫ Sakhigopal News,8/11/2022



