ads

Breaking News

ସମ୍ବଲପୁରୀ ନାଟକ ଅକାଲ ଚଡ଼କ ମଞ୍ଚସ୍ଥ

ବରଗଡ଼--- ବରଗଡ ଜିଲ୍ଲା ରେମଣ୍ଡା ପଞ୍ଚାୟତ ର ଫଟାଟିକରା ଠାରେ ଶ୍ରୀ ମାଁ ଯୁବକ ସଂଘ ଓ ଫଟାଟିକରା ଗ୍ରାମବାସୀ କଂ ମିଳିତ ଭାବେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ଅଁଳାନବମୀ ପର୍ବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ସମ୍ବଲପୁରୀ ନାଟକ "ଅକାଲ ଚଡକ" ମଞ୍ଚ ହୋଇଯାଇଛି । ଏଥିରେ ନାଟ୍ୟକାର, ଅଭିନେତା ତଥା ନିର୍ଦ୍ଦେଶକ ଡଃ ନରେନ୍ଦ୍ର କୁମାର ସାହୁ, ସହ ନିର୍ଦ୍ଦେଶକ ଅଶ୍ଵିନୀ କୁମାର ପ୍ରଧାନ ଓ ନାଟକ କୁ ରଚନା କରିଥିଲେ ଓଜସ୍ବିନୀ ମହାର। ଏଥିରେ ବିଭିନ୍ନ ଭୂମିକାରେ କୁଶ ରଣା, ଟିକେଶ୍ୱର ମହାର, ବିଜୟ କୁମାର ଭୋଇ, ଦିନେଶ ପ୍ରଧାନ, ପଂକଜ ପାତ୍ର, ରୁନାଲିସା ମାଝୀ, ଦୀପକ ଭୋଇ, ନିରଞ୍ଜନ ଭୋଇ, ରାଜେଶ ସ୍ୱାଇଁ, ସୁବଳ ଥପା, ରୋହନ ଭୋଇ, ଦଖିଲ ଭୋଇ, ମୋହନ ମଲ୍ଲିକ, ଗୁଣନିଧି ଭୋଇ ଓ ଶିଶୁ କଳାକାର ପୀୟୂଷ ଅଂଶଗ୍ରହଣ କରିଥିଲେ। ଏହି ନାଟକ ଦେଖିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସମେତ ଆଖପାଖ ଅଞ୍ଚଳର ବହୁ ଦର୍ଶକମାନେ ଉପସ୍ଥିତ ରହିଥିଲେ
ବରଗଡରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୮/୧୧/୨୦୨୨---୮,୪୦ Sakhigopal News,8/11/2022

ads

Blog Archive