ads

Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମାଲ୍ ପରିବହନରେ ଶୀର୍ଷ ସ୍ଥାନ ହାସଲ କଲା


ଜଟଣୀ-ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଅକ୍ଟୋବର 2022 ମସିହାରେ ଭାରତୀୟ ରେଳ ମଧ୍ୟରେ ରେ ମାଲ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଅକ୍ଟୋବର 2022 ରେ ଏହି ମଣ୍ଡଳ 13.2 ମିଲିୟନ୍ ଟନ୍ ମାଲ ପରିବହନ କରିଛି । ଯାହା ଗତ ବର୍ଷ ତୁଳନାରେ ଅର୍ଥାତ୍ ଅକ୍ଟୋବର 2021 ଠାରୁ 0.92%  ଅତିରିକ୍ତ ଲୋଡିଂ । ରାଜସ୍ଵ ବାବଦ 1335 କୋଟି ଟଙ୍କା ଆୟ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଲଗାତାର ତୃତୀୟ ଥର ପାଇଁ  ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଶୀର୍ଷ ସ୍ଥାନ ହାସଲ କରିଛି ।
ଚଳିତ ଆର୍ଥିକ ବର୍ଷରେ ଅର୍ଥାତ୍ 1 ଏପ୍ରିଲ୍ -2022 ରୁ 31 ଅକ୍ଟୋବର -2022  ମଧ୍ୟରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ମୋଟ 89.56  ମିଲିୟନ୍ ଟନ୍ ମାଲ ଲୋଡ୍ ପରିବହନ କରିଛି । ଏବଂ 2022-2023 ବର୍ଷ ସମନ୍ୱିତ ଲୋଡିଂ ରେ ଭାରତୀୟ ରେଳବାଇରେ ଦ୍ୱିତୀୟ  ସ୍ଥାନ ହାସଲ କରିଛି । 
ଅକ୍ଟୋବର 2022 ରେ, ତାଳଚେର, ପାରାଦୀପ, ଧାମରା, ମେରାମଣ୍ଡଳୀ ଇତ୍ୟାଦି ବିଭିନ୍ନ ଲୋଡିଂ ପଏଣ୍ଟରୁ ଡିଭିଜନ୍ ଦ୍ୱାରା ଦୈନିକ ହାରାହାରି 115 ରେକ୍ ମାଲ ପରିବହନ କରାଯାଇଥିଲା । ଲୋଡ୍ ହୋଇଥିବା ବିଭିନ୍ନ ସାମଗ୍ରୀ ହେଉଛି କୋଇଲା, ସାର, ସିମେଣ୍ଟ, ଲୁହା ପଥର, କଞ୍ଚାମାଲ ଇତ୍ୟାଦି, ବିଭିନ୍ନ ପାୱାର୍ ହାଉସ୍, ଉତ୍ପାଦନକାରୀ କମ୍ପାନୀ, ଉତ୍ପାଦନ ୟୁନିଟ୍ ଏବଂ ଇଣ୍ଡଷ୍ଟ୍ରିଜ୍ କୁ ପରିବହନ କରାଯାଇଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୮/୧୧/୨୦୨୨----୮,୪୦ Sakhigopal News,8/11/2022

ads

Blog Archive