ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ଓଡ଼ିଆ ବିଭାଗରେ ଗଙ୍ଗାଧର ମେହେରଙ୍କ ପାଠଚକ୍ର ଆୟୋଜିତ
ସାକ୍ଷୀଗୋପାଳ ----ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟର ସଭାଗୃହରେ ଓଡ଼ିଆ ବିଭାଗ ତରଫରୁ ଆଜି ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ବିଷୟରେ ଏକ ପାଠଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ପାଠଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ସଭାପତିତ୍ୱ କରିଥିଲେ l ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ଃ ଶଙ୍କର୍ଷଣ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରିଥିଲାବେଳେ ଇଂରାଜୀ ବିଭାଗର ମୁଖ୍ୟ ପ୍ର. ମନୋଜ ପରିଡ଼ା ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ l ଉକ୍ତ ପାଠଚକ୍ରରେ ସୁଦୂର କଳାହାଣ୍ଡି ଜିଲ୍ଲାର କେସିଙ୍ଗା ହାଇସ୍କୁଲର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ହରିଶଙ୍କର ଭୋଇ ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଜୀବନୀ ଓ ସାହିତ୍ୟକୃତି ସମ୍ପର୍କରେ ଓଡ଼ିଆ ସମ୍ମାନ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚକୋଟିର ଉଦବୋଧନ ପ୍ରଦାନ କରିଥିଲେ l ଶ୍ରୀ ଭୋଇ ନିଜ ଭାଷଣରେ ମେହେର ସାହିତ୍ୟର ପ୍ରକୃତିବର୍ଣ୍ଣନା, ଭାଷା ପ୍ରୟୋଗଶୈଳୀ , ଭାରତୀୟ ପରମ୍ପରା, ସଂସ୍କୃତି, ଐତିହ୍ୟ, ମାତା ସୀତାଙ୍କର ତ୍ୟାଗପୂତ ଜୀବନଶୈଳୀ ଏବଂ ଦାମ୍ପତ୍ୟ ଜୀବନର ମଧୁରଚିତ୍ର ଆଦି ବିଷୟରେ ବର୍ଣ୍ଣନା କରିଥିଲେ l ଓଡ଼ିଆ ସମ୍ମାନର ଛାତ୍ରଛାତ୍ରୀ କିପରି ଉଚ୍ଚତର ଶିକ୍ଷା ଲାଭ କରିପାରିବେ, ସେ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପରାମର୍ଶ ଦେଇଥିଲେ l ମହାବିଦ୍ୟାଳୟର ଅଧକ୍ଷ ଡ଼ଃ ପରିଡ଼ା ନିଜ ଅଭିଭାଷଣରେ ଶ୍ରୀଯୁକ୍ତ ଭୋଇଙ୍କ ପ୍ରଶଂସା କରିବା ସହିତ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ l ବିଭାଗର ସମସ୍ତ ଛାତ୍ରଛାତ୍ରୀ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ପରିଶେଷରେ ଓଡ଼ିଆ ବିଭାଗର ଅଧ୍ୟାପକ ଡ଼ଃ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ l
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୧୧/୨୦୨୨----୮,୧୦ Sakhigopal News,8/11/2022




