ସତ୍ୟବାଦୀ ରେ ଜିଲ୍ଲା ସ୍ତରୀୟ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ
ସାକ୍ଷୀଗୋପାଳ,---- ପୁରୀ ଜିଲ୍ଲା ସଂସ୍କୃତି ବିଭାଗ , ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ପଞ୍ଚାୟତ ସମିତି ମିଳିତ ସହଯୋଗରେ ଜିଲ୍ଲା ସ୍ତରୀୟ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ହେମନ୍ତ ବେହେରା ଓ ସତ୍ୟବାଦୀ ମଣ୍ଡଳ ଉନ୍ନୟନ ଅଧିକାରୀ ଶ୍ରୀ ଲୋଚନ ଦାସଙ୍କ ତତ୍ତ୍ଵାବଧାନରେ ପୁରୀ ଜିଲ୍ଲାର ଲୋକକଳାଗ୍ରାମ ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ସାରଙ୍ଗଯୋଡି ଠାରେ ଅନୁଷ୍ଠିତ ହୋଇଯାଇଛି। ପ୍ରାତଃ ୪.୩୦ ଘଣ୍ଟା ସମୟରେ ପୂଣ୍ୟତୋୟା ଭାର୍ଗବୀ ନଦୀ ସାରଙ୍ଗଯୋଡି ଘାଟରେ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଅତିରିକ୍ତ ମଣ୍ଡଳ ଉନ୍ନୟନ ଅଧିକାରୀ ଅରକ୍ଷିତ ପ୍ରଧାନ, ସତ୍ୟବାଦୀ ବ୍ଲକ କଳାସଂସ୍କୃତି ସଙ୍ଘ ଉପସଭାପତି ରମେଶ ଚନ୍ଦ୍ର ପଲେଇ, କୈଳାସ ଗୋଟିପୁଅ ଓଡିଶୀ ନୃତ୍ୟ ପରିଷଦର ସଂପାଦକ କୈଳାସ ଚନ୍ଦ୍ର ବିଶ୍ଵାଳ, ସାମାଜିକ କର୍ମୀ ଦୁର୍ଗେଶ ପ୍ରସାଦ ମିଶ୍ର ଙ୍କ ସହ ସାରଙ୍ଗଯୋଡି ମହିଳା ମହାସଂଘ ର ସଭାନେତ୍ରୀ ମିନତୀ ବେହେରା ଓ ସଂପାଦିକା ସବିତା ପଲେଇଙ୍କ ବହୁ ମହିଳାଙ୍କ ଉପସ୍ଥିତିରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାରଙ୍ଗଯୋଡି ଗୋପବନ୍ଧୁ ମଣ୍ଡପ ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା ଯୋଗଦେଇ ଆଜିର ଦିନକୁ ସମସ୍ତେ ଜାଣନ୍ତି ଏହି ଦିନ ଆମ ସଂସ୍କୃତି ଓ ପରମ୍ପରା ସହିତ ଜଡିତ । ଏହି ଦିନ ଆମ ପାଇଁ ଏକ ଅଭୁଲା ଦିନ ହୋଇରହିଛି ଓ ରହିଥିବ । ପରେ ପରେ ଗୁରୁ କୈଳାସ ଚନ୍ଦ୍ର ବିଶ୍ଵାଳ ଙ୍କ ସଂଯୋଜନାରେ ଗୋଟିପୁଅ ନୃତ୍ୟ,ଭକ୍ତି ସଙ୍ଗୀତ ଆସର ଓ ଦାସକାଠିଆ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଲୋକକଳାଗ୍ରାମ ର ସମସ୍ତ କଳାକାର, ମହିଳା ମହାସଂଘ ର ସଦସ୍ୟା ଓ ସ୍ଥାନୀୟ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ସବକୁ ସଫଳ ମଣ୍ଡିତ କରିଥିଲେ। ବ୍ଲକ କଳାସଂସ୍କୃତି ସଙ୍ଘର ଉପସଭାପତି ରମେଶ ଚନ୍ଦ୍ର ପଲେଇ ସମସ୍ତ ଙ୍କୁ ଧନ୍ୟବାଦ ଦେଇଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୧୧/୨୦୨୨---୮,୨୫ Sakhigopal News,8/11/2022



