ମହିଳାଙ୍କୁ ହତ୍ୟା ଘଟଣା ସିନରିଗ୍ରେସନ କଳା ପୋଲିସ
ବଲାଙ୍ଗିର,ସଇଁନ୍ତଲା ଥାନା ଅନ୍ତର୍ଗତ ଆମ୍ବପାଲି ଗାଁର ଜାନକୀ ମହାନନ୍ଦ(୪୮) ତାଙ୍କର ବିଲକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ଘରକୁ ଫେରିନ ଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ପରେ ରାତି ପ୍ରାୟ ୭ ଟାରେ ମହିଳାଙ୍କ ମୃତ୍ୟୁ ଦେହକୁ ଏକ ବିଲ ପାଖେ ଦେଖିବାକୁ ପାଇଥିଲେ । ପରିବାର ଲୋକେ ସଇଁନ୍ତଲା ଡାକ୍ତରଖାନାକୁ ଆଣିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମହିଳାର ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ହତ୍ୟା କରାଯାଇଥିବା ଅଭିଯୋଗ ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ପୁଅ ପଦ୍ମନାଭ ମହାନନ୍ଦ। ତେବେ ଘଟଣା ସମ୍ପର୍କରେ ସଇଁନ୍ତଳା ପୋଲିସ ତିନି ଜଣକୁ ଅଟକ ରଖି ପଚରାଉଚରା କରିଥିଲା। ତେବେ ଦୁଇ ଜଣ ଯୁବକ ନିର୍ଦ୍ଦୋଷ ଥିବା ବେଳେ ଜଣେ ହତ୍ୟା କରିଥିବା ପୋଲିସ ସମ୍ଭୁଖରେ ସ୍ଵୀକାର କରିଥିଲ। ତେବେ ଅଭିଯୁକ୍ତ ପୁଷ୍କର ଗହିରକୁ ଆଜି ଟିଟିଲାଗଡ ଏସଡିପିଓ ଅଙ୍କିତା କୁମ୍ଭାର ସଇଁନ୍ତଳା ଥାନା ଅଧିକାରୀ ଅବନୀ ସାହୁ ସମେତ ଅନ୍ୟ ପୋଲିସ ଅଧିକାରୀ ମାନେ ଅପରାଧୀକୁ ଧରି ଘଟଣା ସ୍ଥଳରେ ଅଭିଯୁକ୍ତ ଡ୍ରୋମୋ ଦେଖାଇଥିଲା ।
ଘଟଣା ସ୍ଥଲରେ ଏକ ଧାନ କଟା ଅସ୍ତ୍ର (ଦାଆ) ଜବତ କରିବା ସହ ଏକ ବାଉଁସ ଠେଙ୍ଗା ଜବତ କରିଥିଲା। ସୂଚନା ଯୋଗ୍ୟଯେ ପୁଷ୍କର ଗହୀର କହିବା ଅନୁଯାୟୀ ବିଲରେ ମହିଳା ଜଣକ ମାଛ ମାରିବା ପାଇଁ ଆସିଥିଲେ । ସେହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯାହା ଫଲରେ ଅଭିଯୁକ୍ତ ଉତ୍ତେଜିତ ହୋଇ ପ୍ରଥମେ ଧାନ କଟା ଅସ୍ତ୍ର (ଦାଆ) ସାହାଯ୍ୟରେ ମହିଳା ଉପରେ ଆକ୍ରମଣ କରିଥିଲେ । ଯାହାଦ୍ୱାରା ମହିଳା ଜଣକ ବିଲ ଭିତରେ ପଡ଼ିଯାଇଥିଲେ। କିଛି ସମୟ ପରେ ମହିଳା ଜଣକ ଉଠିବା ପାଇଁ ପ୍ରୟାସ କରିଥିଲେ ପୁଣି ଅଭିଯୁକ୍ତ ଏହାଦେଖି ପୁଣି ଥରେ ଠେଙ୍ଗା ସାହାଯ୍ୟରେ ମାଡ ମାରିଥିଲେ । ପରେ ରକ୍ତାକ୍ତ ଧାନ କଟା ଯନ୍ତ୍ର (ଦାଆ)କୁ ନେଇ ବିଲକୁ ଯାଇ ପାଣିରେ ଧୋଇଥିଲେ ଓ ଠେଙ୍ଗାକୁ ପାଲ ଗଦା ଭିତରକୁ ଫିଙ୍ଗି ଦେଇଥିଲେ। ଏବଂ ଅଭିଯୁକ୍ତ ଜଣକ କିଛି ସମୟ ପରେ ନିଜ ଘରକୁ ଫେରିଥିବା ଅଭିଯୁକ୍ତ ଜଣକ ସିନରିକ୍ରେସନ ସମେରେ ଉପସ୍ଥିତ ପୋଲିସ ସମ୍ଭୁଖରେ ପ୍ରକାଶ କରିଥିଲା।ତେବେ ସିନରିଗ୍ରସନ ପରେ ଅଭିଯୁକ୍ତକୁ ଡ଼ାକ୍ତରୀ ପରୀକ୍ଷା ପରେ କୋର୍ଟ ଚାଲାଣ କରାଯାଇଥିଲା।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୩/୧୧/୨୦୨୨--୯,୨୦ Sakhigopal News,3/11/2022




