ads

Breaking News

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଲେ ସାକ୍ଷୀଗୋପିନାଥ,ଚୁଡାଘଷା ବାସ୍ନାରେ ମହକିଲା ମନ୍ଦିର ବେଢ଼ା



ସାକ୍ଷୀଗୋପାଳ---- ପବିତ୍ର ମହାକାର୍ତ୍ତିକ ମାସ ଶୁକ୍ଳପକ୍ଷ ବଡ଼ ଏକାଦଶୀ ଅବସରରେ ପ୍ରଭୁ ସାକ୍ଷୀଗୋପିନାଥ ଲକ୍ଷ୍ମୀନାରାୟଣ ବେଶରେ ଶ୍ରଦ୍ଧାଳୁମାନଙ୍କୁ ଦର୍ଶନ ଦେଇଛନ୍ତି। ଶୁକ୍ରବାର ସାକ୍ଷୀଗୋପାଳ ମନ୍ଦିର ନିର୍ଦ୍ଧାରିତ ସମୟ ଆଗରୁ ମନ୍ଦିର ର ଦ୍ବାରା ଫିଟାଯାଇଥିଲା । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଧାଡ଼ିରେ ଯାଇ ଠାକୁର ଙ୍କୁ ଦର୍ଶନ କରିବା ସହ ଫୁଲ ତୁଳସୀ ମାଳ ଦୀପ ଜଳାଇ ଠାକୁରଙ୍କୁ ଦର୍ଶନ କରିଥିଲେ । ରାତ୍ରରେ ସଂଧ୍ୟା ଆଳତିପରେ ବୀରକିଶୋର ବଲ୍ଲଭ,ଗୋଧନ ବାହୁଡା଼ ଭୋଗ, ଏକାଦଶୀ ବେଢ଼ା,ଯାତଭୋଗ, ସନ୍ଧ୍ୟା ରୁପ ପରେ ମହାଦୀପ ମନ୍ଦିର ଉପରକୁ ଉଠାଯାଇଥିଲା। ବଡ଼ସିଂହାର ହେବା ପରେ ମନ୍ଦିର ପହଡ଼ ପଡ଼ିଥିଲା ।               ପ୍ରଚଳିତ ପ୍ରଥା ଅନୁସାରେ ସାକ୍ଷୀଗୋପାଳ ମନ୍ଦିରରେ ସାକ୍ଷୀଗୋପାଳ ପ୍ରସିଦ୍ଧ ଚୁଡାଘଷା ପ୍ରସ୍ତୁତ କରାଯାଇ ଠାକୁରଙ୍କ ପାଖରେ ଅର୍ପଣ କରାଯାଇଥାଏ। ଏପରିକି ମାନସିକ ଓ ଭକ୍ତ ମାନେ ଏଠାରେ ଠାକୁରଙ୍କୁ ଦର୍ଶନ କରିବା ସହ ଚୁଡାଘଷା ଭୋଗ କରି ପ୍ରସାଦ ସେବନ କରିଥିବା ର ଦେଖାଯାଇଥିଲା। ଏହି ଚୁଡାଘଷା ବାସ୍ନାରେ ମନ୍ଦିର ଓ ମନ୍ଦିର ଚତୁଃପାର୍ଶ୍ଵ ବାସ୍ନାରେ ମହକି ଉଠିଥିଲା।  ଏଥିପାଇଁ ସାକ୍ଷୀଗୋପାଳ ମନ୍ଦିର ନିକଟ ରେ ଚୁଡାଘଷା ପାଇଁ ସ୍ବତନ୍ତ୍ର ଦୋକାନ ଖୋଲିଥିଲା । ଚୁଡାଘଷା ପାଇଁ ଗୁଣ୍ଡ ଚୁଡ଼ା,ଗୁଡ଼,ଚିନି, ନଡ଼ିଆ, ଖଟା କମଳା,ଘିଅ,ଗୋଳମରିଚ, ଲବଙ୍ଗ,ଅଲେଈଚ ଆଦି ମସଲା ବିକ୍ରୟ କରାଯାଉଥିଲା। ମନ୍ଦିର ବେଢ଼ାରେ ଚୁଡାଘଷା କରାଯାଇଥିଲା। ସେବାୟତ ମାନେ ବିଭିନ୍ନ ସ୍ଥାନ ରେ ବସି ଠାକୁର ଙ୍କୁ ଭୋଗ ଅର୍ପଣ କରିଥିଲେ। ସେହିପରି ବିଭିନ୍ନ ଗ୍ରାମରୁ ସଂକୀର୍ତ୍ତନ ଦଳ ମନ୍ଦିର ସମ୍ମୁଖ ଓତମାଳ ଗଛ ମୂଳରେ ନାମ ସଂକୀର୍ତ୍ତନ କରିଥିଲେ। ବିଶେଷ କରି ଚନ୍ଦନ ପୋଖରୀ ଠାରୁ ମନ୍ଦିର ଚତୁଃପାର୍ଶ୍ଵ ଓ ପଲ୍ଳିଶୀ ମେଳା ପଡ଼ିଆରେ ଘରଉପକରଣା ସାଙ୍ଗ କୁ ଫାଷ୍ଟ ଫୁଡ୍,ଚାଟ,ଗୁପୁଚୁପୁ ବିଭିନ୍ନ ଦୋକାନ ଖୋଲିଥିଲା ।  ଜିଲ୍ଲା ଓ ସତ୍ୟବାଦୀ ପ୍ରଶାସନ ପକ୍ଷରୁ ଆୟୋଜିତ ରାଧା ଉତ୍ସବ ତିନି ଦିନ ଧରି ଶାନ୍ତି ଶୃଙ୍ଖଳାରେ ଶୁକ୍ରବାର ବିଳମ୍ବିତ ରାତିରେ ଉଦଯାପିତ ହୋଇଯାଇଛି। ଜିଲ୍ଲାର ଏହା ଦୁତୀୟ ଗଣପର୍ବ କହିଲେ ଅତ୍ୟୁକ୍ତି ହେବ ନାହିଁ। ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ, ବ୍ଳକ ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ତହସିଲଦାର ଜୟନ୍ତ କୁମାର ଜୟସିଂ, ବିଡ଼ିଓ ଲୋଚନ ଦାଶ, ଥାନା ଆଇଆଇସି ବିଜୟ କେତନ ବେହେରା, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ମନ୍ଦିର ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର, ସମ୍ପାଦକ ବିଜୟ କୁମାର ନନ୍ଦ ଓ ଅନ୍ୟ କର୍ମକର୍ତ୍ତା, ସ୍ଥାନୀୟ ପେଣ୍ଠପଡା ସରପଞ୍ଚ ଚିନ୍ମୟ ରାଉତ, ଜୟପୁର ସରପଞ୍ଚଙ୍କ ପ୍ରତିନିଧି ଦେବଦତ୍ତ ସାମନ୍ତରାୟ, ସମିତି ସଭ୍ୟ ଦୀପକ ଶତପଥୀ ଙ୍କ ସହ ବିଭିନ୍ନ ଜନପ୍ରତିନିଧି ମାନେ ଉପସ୍ଥିତ ରହି ଯାତ୍ରାକୁ  ସରସ ସୁନ୍ଦର  କରିଥିଲେ।
  ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୧/୨୦୨୨---୪,୪୫ Sakhigopal News,4/11/2022

ads

Blog Archive

Popular Posts