କରଡି ଗ୍ରାମ ବାସି ଶଗଡ଼ଗାଡ଼ିରେ ହରିଆବୁଢା ଠାକୁରଙ୍କ ପିଠରେ ପହଞ୍ଚିଲେ
ସାକ୍ଷୀଗୋପାଳ -----ଦିନଥିଲା ଶଗଡ଼ଗାଡ଼ିରେ ଲୋକମାନେ ଯିବାଆସିବା କରୁଥିଲେ । ଏବେ ଶଗଡ଼ଗାଡ଼ି ଦେଖିବା ସାତସପନ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ଚନ୍ଦନପୁର କରଡି ଗ୍ରାମ ବାସି ମାନଙ୍କ ପକ୍ଷରୁ ତାଟି ଶଗଡ଼ ଗାଡ଼ିରେ ଯାତ୍ରା କରିବାର ପରମ୍ପରା କୁ ବଞ୍ଚାଇ ରଖିଛନ୍ତି । ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ବଳପୁର ଗ୍ରାମର ପ୍ରତିଷ୍ଠିତ ହରିଆବୁଢା ଠାକୁରଙ୍କ ପିଠରେ ୬ ଟି ସୁସଜ୍ଜିତ ତାଟି ଶଗଡ଼ଗାଡ଼ିରେ ହରିଆବୁଢା ଠାକୁରଙ୍କ ପିଠରେ ପହଞ୍ଚିଲେ । ବିପିନ ଦାସ ସୁକାନ୍ତ ବେହେରା, ନବଘନ ଦାସ, ରମେଶ ମାଝି, କାଳିଆ ବାରିକ ଓ ଅଧିକାରୀ ବେହେରା ପ୍ରମୁଖ ପହଞ୍ଚି ଥିଲେ । ମନ୍ଦିରର ପୂଜକ ସେମାନଙ୍କୁ ଠାକୁରଙ୍କ ଆଜ୍ଞା ମାଳ ଓ ପ୍ରସାଦ ଦେଇ ବରଣ କରାଯାଇ ଥିଲା । ପଟ୍ଟନାୟିକିଆ ରାସ୍ତା ରେ ଉକ୍ତ ଶଗଡ଼ଗାଡ଼ି ଆସିବା ବେଳେ ବରାଳ, ସଦାନନ୍ଦ ପୁର, ମହାବଳପଡା, ମୁନିନ୍ଦା ଆଦି ଗ୍ରାମବାସୀମାନେ ଶଗଡ଼ ଗାଡ଼ି କୁ ସ୍ୱାଗତ କରିଥିଲେ । ପ୍ରତିବର୍ଷ ଉକ୍ତ ଗ୍ରାମବାସୀଙ୍କ ପକ୍ଷରୁ ଏହି କାର୍ଯ୍ଯକ୍ରମ କରାଯାଇ ଆସୁଛି । ବଳପୁର ଗ୍ରାମଦେଶ କୋଠ ପକ୍ଷରୁ ଶଗଡ଼ଗାଡି ଯାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୧୧/୨୦୨୨---୪,୨୫ Sakhigopal News,4/11/2022



