ବିଭିନ୍ନ ସମସ୍ୟା ନେଇ ବିଡ଼ିଓ ଓ ତହସିଲଦାର ଙ୍କୁ ଦାବିପତ୍ର ପ୍ରଦାନ
ବଲାଙ୍ଗିର,---ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତ ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଆଜି ପଶ୍ଚିମ ଓଡିଶା ମହିଳା ସଂଗଠନ ବଲାଙ୍ଗିର ଜିଲ୍ଲା ସଭାନେତ୍ରୀ ସବିତା ନନ୍ଦ ଙ୍କ ନେତୃତ୍ୱରେ ସଇଁନ୍ତଲା ତହସିଲଦାର ଓ ବିଡ଼ିଓ ଙ୍କୁ ଏକଦାବୀ ପତ୍ର ପ୍ରଦାନ କରାଯାଇଛି। ଦାବିପତ୍ର ରେ ଉଲ୍ଲେଖ ରହିଛି ଯେ,ଉକ୍ତ ଗାଁର ମାନସୀ ହରପାର,ଦ୍ରୋପଦୀ ବାଗ,ଜୟନ୍ତୀ ଭୋଇ,ନୟମି ନାଗ,ଅଜେ ପରାଭୂଏ,ରୂପକାନ୍ତି ଭୋଇ,କାନ୍ତି ଯାନୀ,ଝିଲି ମାଝୀ,ଉର୍ମିଳା ମହାନନ୍ଦ, ଦେଵକୀ ଦାଣ୍ଡି,ଗଣେଶ ବେହେରା,ବୟନ୍ତି ଭୋଇ ସମେତ ଅନେକ ଲୋକଙ୍କ ରହିବା ପାଇଁ ଜାଗା ଖଣ୍ଡିଏ ମଧ୍ୟ ନାହିଁ। ଯାହା ଦ୍ଵାରା ଅନେକ ଅସୁବିଧା ଭୋଗିବାକୁ ପଡ଼ୁଥିବା ଭୂମିହୀନ ପରିବାରଙ୍କୁ । ୪ ଡିସିମିଲ ଲେଖାଏଁ ସରକାରଙ୍କ ଜାଗା ମିଶନ ଜରିଆରେ ଜାଗା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ସେହିପରି ଅନେକ ଲୋକ ଙ୍କ କିଛି ଦିନ ପୂର୍ବରୁ ଲଗାଣ ବର୍ଷାରେ ଘର ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ମଧ୍ୟ ପଲିଥିନ ଖଣ୍ଡିଏ ଲେଖାଏଁ ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି।ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ବ ମହିଳା ଓ ପୁରୁଷ ମାନେ ଭତ୍ତା ରୁ ବଞ୍ଚିତ ରହିଛନ୍ତି। ତେଣୁ ତୁରନ୍ତ ଦୃଷ୍ଟି ଦେଇ ଭତ୍ତା ଯୋଗାଇ ଦେବାକୁ ମଧ୍ୟ ଦାବି କରି ଦାବିପତ୍ର ପ୍ରଦାନ କରିଥିଲେ।ଯଦି ଆଗାମୀ ଦିନରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ବଲାଙ୍ଗିରରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୯/୧୧/୨୦୨୨----୧୦,୫୦ Sakhigopal News,9/11/2022
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ




