ads

Breaking News

ଅବକାରୀ ବିଭାଗ ପକ୍ଷରୁ ଚଢାଉ କରି ଦୁଇ କିଲୋ ଗଞ୍ଜେଇ ଜବତ, ଅଭିଯୁକ୍ତ ଗିରଫ

 ପୁରୀ ----ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ଠାକୁରପାଟଣା ଗ୍ରାମରେ ଚଢ଼ାଉ କରିଥିଲେ । ରମେଶ ଚନ୍ଦ୍ର ନାଏକ ,ବୟସ -46 ବର୍ଷଙ୍କୁ ଗିରଫ କରିିିବା ସହ  ତାଙ୍କ ଠାରୁ 2 (ଦୁଇ) କିଲୋଗ୍ରାମ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛନ୍ତି। ନିମାପଡା ଅବକାରୀ ଥାନା କେସ ନଂ -68/22-23ରେ କୋର୍ଟ ଚାଲାଣ କରି ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କାରଗାରକୁ ପଠାଯାଇଛି। ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ 20,000/-ଟଙ୍କାରୁ ଉର୍ଦ୍ଧ ହେବ। ଏହି ଚଢ଼ାଉରେ ଅବକାରୀ ASI ଲୋକନାଥ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ନାଏକ ଏବଂ କର୍ମଚାରୀ ଆଶିଷ କୁମାର ପ୍ରଧାନ, ଜିତେନ୍ଦ୍ର ବେହେରା,ଶେଖ ୱାରିସ, ସବିତା ସାହୁ ପ୍ରମୁଖ ସାମିଲ ଥିଲେ।
 ପୁରୀ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୧୧/୨୦୨୨---୯,୨୫ Sakhigopal News,9/11/2022

ads

Blog Archive

Popular Posts