ଓଡ଼ିଶା ଉପରେ ଆମ୍ ଆଦମୀ ପାର୍ଟି ଶାସନ ଗାଦି ହାତେଇବାକୁ ପ୍ରୟାସ ଆରମ୍ଭ
ଭଞ୍ଜନଗର---- ଦିଲ୍ଲୀ ଓ ପଞ୍ଜାବ ପରେ ଏବେ ଦେଶର ବିଭିନ୍ନ ରାଜ୍ୟ ଉପରେ ଆମ୍ ଆଦମୀ ପାର୍ଟି ଶାସନ ଗାଦି ହାତେଇବାକୁ ପ୍ରୟାସ ଆରମ୍ଭ କରିଛି। ସାଧାରଣ ଗରୀବ ଓ ଅସହାୟ ଲୋକଙ୍କୁ ଦ୍ବାର ମୁହଁରେ ନ୍ୟାୟ ଦେବା ସହ ସାମଗ୍ରୀକ ବ୍ୟବସ୍ଥା ରେ ପରିବର୍ତ୍ତନ ଆଣି ସରକାରୀ ବ୍ୟବସ୍ଥା କୁ ଅଧିକ ଲୋକାଭିମୁଖୀ କରିବା ଆମ୍ ଆଦମୀ ପାର୍ଟିର ମୂଳ ଲକ୍ଷ୍ୟ ବୋଲି ଏହାର ନେତା ଅରବିନ୍ଦ କେଜରିୱାଲ କହୁଛନ୍ତି। ଆଉ ଏହା ମଧ୍ୟ ଦିଲ୍ଲୀ ଓ ପଞ୍ଜାବ ରେ ଏବେ କାର୍ଯ୍ୟକାରୀ ହେଉଛି ବୋଲି ଏହି ଦଳର ନେତାମାନେ ଏବେ ବିଭିନ୍ନ ସ୍ଥାନରେ ସଭା ସମିତି ଆଦି ଆୟୋଜନ କରି ଲୋକଙ୍କୁ ବୁଝାଉଛନ୍ତି। ଗୁଜରାଟ ବିଧାନସଭା ନିର୍ବାଚନ ରେ ଆମ୍ ଆଦମୀ ପାର୍ଟି ପୁରା ଦମ ଲଗାଇଥିବା ବେଳେ ଆଗକୁ ଓଡିଶା ଉପରେ ଏହି ଦଳ ଫୋକସ କରିବା ଏବେ ଠାରୁ ସ୍ପଷ୍ଟ ଜଣାଗଲାଣି। ଶାସନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ଗରୀବ ଓ ଅସହାୟ ଲୋକଙ୍କୁ ସ୍ବାବଲମ୍ବୀ କରିବା ଏହି ଦଳର ଲକ୍ଷ୍ୟ ବୋଲି ଦଳ ଏବେ ଠାରୁ ପ୍ରଚାର ଆରମ୍ଭ କଲାଣି। ଭଞ୍ଜନଗର ରାଜ୍ ପେଲେସ୍ ଠାରେ ଦଳର ପ୍ରଥମ କାର୍ଯ୍ୟକର୍ତ୍ତା ସମ୍ମିଳନୀ ରେ ଏହି ଦଳ ତାର ଆଭିମୁଖ୍ୟ ସ୍ପଷ୍ଟ କରିଛି।
ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ରାଉତ ଙ୍କ ସଭାପତିତ୍ବ ରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ମହାନଗର ସଭାପତି ସି.ହରିପ୍ରସାଦ, ଜିଲ୍ଲା ମହିଳା ସଂପାଦିକା ଆରତୀ କୁମାରୀ ଦେବୀ, ରାଜ୍ୟ ଯୁବ ଉପସଭାପତି ମନୋଜ ମିଶ୍ର, ମହିଳା ନେତ୍ରୀ ରିତୁ ସେଠୀ, ପୋଲସରା ବ୍ଳକ୍ ସଂଯୋଜକ ମାନସ ରଞ୍ଜନ ଦାସ, ଭଞ୍ଜନଗର ସଂଯୋଜକ ଗୋପାଳ କୃଷ୍ଣ ବିଷୋୟୀ, ଅନୀଲ ସେଠୀ ପ୍ରମୁଖ ମଞ୍ଚାସୀନ ରହି ଆମ୍ ଆଦମୀ ପାର୍ଟିର ମୂଳ ଲକ୍ଷ୍ୟ ସଂପର୍କରେ ଉପସ୍ଥିତ କାର୍ଯ୍ୟକର୍ତ୍ତା ଙ୍କୁ ବୁଝାଇଥିଲେ। ଆଗାମୀ ଦିନରେ ଦଳ ରାଜ୍ୟରେ ଏକ ମହାଶକ୍ତି ରେ ପରିଣତ ହେବ ଓ ୨୦୨୪ ସୁଦ୍ଧା ଦଳ ସାରା ରାଜ୍ୟରେ ଏକ ପ୍ରମୁଖ ଶକ୍ତି ଭାବେ ଉଭା ହେବ ବୋଲି ଦଳୀୟ ନେତାମାନେ ଉଲ୍ଲେଖ କରିଥିଲେ। ଏହି ଅବସରରେ କିଛି ଆଦିବାସୀ ନେତାଙ୍କ ସହ କିଛି ଶ୍ରମିକ ସଂଗଠନର ନେତା ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିବା ଦେଖିବାକୁ ମିଳିଥିଲା। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୧/୨୦୨୨---୭,୪୫ Sakhigopal News,5/11/2022



