ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା
ସାକ୍ଷୀଗୋପାଳ :- ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳର ପରିଚାଳନା କମିଟିର ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ରଙ୍କୁ ଆଜି ଅନୁଷ୍ଠାନର ସଭାଗୃହରେ ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ସ୍ୱାଗତ ଉତ୍ସବର ସଭାପତି ତଥା ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରତିକାନ୍ତ ପରିଡ଼ା ଡ଼ଃ ମିଶ୍ରଙ୍କୁ ସ୍ୱାଗତ କରିବା ସହ ଅଭିନନ୍ଦନ ଜଣାଇଥିଲେ । ମହାବିଦ୍ୟାଳୟର ଭିତ୍ତିଭୂମିର ବିକାଶ ପାଇଁ ଅସମ୍ପୂର୍ଣ Indoor Stadium କୁ ସମ୍ପୂର୍ଣ କରିବା, କଲେଜ ପରିସରରେ ବଗିଚା, ଖେଳପଡିଆ, ଛାତ୍ରଛାତ୍ରୀଙ୍କ ପାଇଁ ସାଇକେଲ ଷ୍ଟାଣ୍ଡ ନିର୍ମାଣ ସହିତ ଶୈକ୍ଷିକ ବାତାବରଣକୁ ଅଧିକ ସକ୍ରିୟ କରିବା ପାଇଁ ପାଠଚକ୍ର ଆଯୋଜନ, ଅଭିଭାଗକ - ଅଧ୍ୟାପକ ବୈଠକ, Proctorial Class ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ପଠନ ମନଯୋଗୀ କରିବା ପାଇଁ ଆବଶ୍ୟକ କାର୍ଯ୍ୟକ୍ରମ ଆଗାମୀ ସମୟରେ ନିଆଯିବ ପାଇଁ ପରିଚାଳନା କମିଟି ର ଅଧ୍ୟକ୍ଷ ସହାୟତା କରିବାକୁ ଅନୁରୋଧ କରିଥିଲେ । ଏତଦ ବ୍ୟତୀତ KIIT ସହ ସହବନ୍ଧନ ମଧ୍ୟାମରେ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚମାନର ଶିକ୍ଷା ସହ ପରିଚିତ କରଇବା, NAAC ଅନୁବନ୍ଧନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ ମଧ୍ୟ କରିଥିଲେ ।
ନବନିଯୁକ୍ତ କଲେଜ ପରିଚାଳନା କମିଟି ସଭାପତି ଡ଼ଃ ପ୍ରଭାତ କୁମାର ମିଶ୍ର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ସାକ୍ଷୀଗୋପାଳ ମହାବିଦ୍ୟାଳୟରେ ଅଧ୍ୟାପକୀୟ ଜୀବନ ଆରମ୍ଭ କରି ପୁନର୍ବାର ପରିଚାଳନା କମିଟି ସଭାପତି ହୋଇ ଫେରିବା ଗୋଟେପ୍ରକାରେ ଘରବାହୁଡା଼ ବୋଲି କହିଥିଲେ । ଏହି ଅନୁଷ୍ଠାନ ମତେ ପେଟପଟଣା ଦେବାସହ ପରିଚୟ ଓ ଆତ୍ମ ଗୌରବ ପ୍ରଦାନ କରିଛି । ବର୍ତ୍ତମାନ ମୋର ରୂଣ ପରିଶୋଧ କରିବାର ବେଳ ଆସିଛି। କଲେଜର ହିମାଳୟ ପରି ସମସ୍ୟାର ପାହାଡ଼ ସମୟକ୍ରମେ ନିଶ୍ଚୟ ସମାଧାନ ହେବ ବୋଲି ସେ ଦୃଢ଼ ଆଶା ପ୍ରକଟ କରିଥିଲେ । ଡ଼ଃ ମିଶ୍ର ସମସ୍ତ କର୍ମଚାରୀ - ଅଧ୍ୟାପକଙ୍କୁ ସାକ୍ଷୀଗୋପାଳ କଲେଜର କର୍ମଚାରୀ ଭାବେ କୌଣସି ସ୍ଥାନରେ ମୁଣ୍ଡ ନନୁଆଁଇ, ମୁଣ୍ଡଟେକି ଚାଲିବାକୁ ଆହ୍ୱାନ ଦେଇଥିଲେ ଓ ମହାବିଦ୍ୟାଳୟର NAAC ଅନୁବନ୍ଧନ ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି କହିଥିଲେ ।
ଏହି ଅବସରରେ ପ୍ର. ସୁଜାତା ମହାପାତ୍ର, ପ୍ର. ସତ୍ୟ ଶିବ ସୁନ୍ଦର ମିଶ୍ର, ପ୍ର. ନଳିନୀ ଲୋଚନ ଦାଶ, ପ୍ର. ଧନୁର୍ଦ୍ଧର ମୁଦୁଲି, ପ୍ର. ମନୋଜ ପରିଡ଼ା, ପ୍ର. ରତ୍ନାକର ସାହୁ, ଡ଼ଃ ଶଙ୍କର୍ଷଣ ପ୍ରଧାନ, ଡ଼ଃ ରାଜଶ୍ରୀ ଶତପଥୀ ପ୍ରମୁଖ ଅନୁଷ୍ଠାନର ସମସ୍ୟା ଉପସ୍ଥାପନ କରିଥିଲେ । ସଭାରେ ସ୍ୱାଗତ ଭାଷଣ ଅନୁଷ୍ଠାନର ବଡ଼ବାବୁ ଶ୍ରୀଯୁକ୍ତ ରାଜକିଶୋର ପତି ପ୍ରଦାନ କରିଥିଲାବେଳେ ପ୍ର. ମନୋଜ ପରିଡ଼ା ସଭା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୫/୧୧/୨୦୨୨---୭,୪୦ Sakhigopal News,5/11 /2022





