ads

Breaking News

ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ବିଭିନ୍ନ ଦାବିରେ ସ୍ମାରକପତ୍ର ପ୍ରଦାନ


ଭଞ୍ଜନଗର----ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ପକ୍ଷରୁ ଭଞ୍ଜନଗର ଉପଜିଲ୍ଲାପାଳଙ୍କୁ ବିଭିନ୍ନ ଦାବିରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବିଶେଷ କରି ୪୪ଟି ଶ୍ରମ ଆଇନକୁ ବାତିଲ କରି ୪ଟି ଶ୍ରମ ସଂହିତା ନାମରେ ସ୍ଥାୟୀ ନିଯୁକ୍ତି କୁ ସବୁଦିନ ପାଇଁ ରଦ୍ଦ କରିବାକୁ ଚାଲିଥିବା ଷଡ଼ଯନ୍ତ୍ର ବନ୍ଦ କରିବା, ନିର୍ମାଣ ଶ୍ରମିକ ଙ୍କୁ ପଞ୍ଜିକରଣ କରିବା, ମନରେଗା ରେ ସର୍ବନିମ୍ନ ମଜୁରୀ ରୁ ବି କମ୍ ଅର୍ଥ ପ୍ରଦାନ ନୀତି ବନ୍ଦ କରିବା, ମନରେଗା ରେ ସର୍ବନିମ୍ନ ମଜୁରୀ ୭ ଶହ ଟଙ୍କାକୁ ବୃଦ୍ଧି ଏବଂ ବାର୍ଷିକ ୨୦୦ ଦିନ ର ପ୍ରଦାନ କରିବାକୁ ସୁନିଶ୍ଚିତ କରିବା । ନିର୍ମାଣ ଶ୍ରମିକ ମାନଙ୍କୁ ମିଳୁଥିବା ଅଧିକାରରୁ ସେମାନଙ୍କୁ ବଞ୍ଚିତ ନ କରିବା ଓ ସେମାନଙ୍କୁ ମୃତ୍ୟୁ କାଳୀନ ସହାୟତା, ଶିକ୍ଷା ସହାୟତା ଆଦି ପ୍ରଦାନ କରିବା ଦାବିରେ ଓଡିଶା ନିର୍ମାଣ ଶ୍ରମିକ ୟୁନିଅନ୍ ପକ୍ଷରୁ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଏଥିପାଇଁ ଆୟୋଜିତ ଶୋଭାଯାତ୍ରାରେ ସଂଗଠନ ପକ୍ଷରୁ ଟୁନା ମଳିକ, ହରେକୃଷ୍ଣ ସାହୁ, କୈଳାସ ମଳିକ, ମିଟୁ ଖିଲାର, ବିପ୍ର ଜାନୀ, ପିତବାସ ଜାନୀ, କାଞ୍ଚନ ପ୍ରଧାନ ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ଏହାକୁ ସଫଳ କରିବାରେ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୧/୨୦୨୨-_୭,୧୫ Sakhigopal News,5/11/2022

ads

Blog Archive

Popular Posts