ads

Breaking News

ଜୁଆ ଆଡ୍ଡା ଉପରେ ବେଲଗୁଣ୍ଠା ପୋଲିସ ର ଚଢ଼ାଉ; ୪ ମହିଳା , ୪ ପୁରୁଷ ଗିରଫ ୭୨ ହଜାର ୭୦୦ ଟଙ୍କା ଜବତ



ଭଞ୍ଜନଗର - ବେଲଗୁଣ୍ଠା ସହର ର ଗୋପିନାଥ ସାହି ନିକଟରେ ଚାଲିଥିବା ଜୁଆ ଆଡ୍ଡା ଉପରେ  ବେଲଗୁଣ୍ଠା ପୋଲିସ ଚଢ଼ାଉ କରିଛି। ଘଟଣା ସ୍ଥଳରୁ ୪ ମହିଳା ଙ୍କ ସମେତ , ୪ ପୁରୁଷ ଜୁଆଡି ଙ୍କୁ ଗିରଫ କରିଛି ବେଲଗୁଣ୍ଠା ଥାନା ପୋଲିସ । ସେମାନଙ୍କ ଠାରୁ ନଗଦ ୭୨ ହଜାର ୭୦୦ ଟଙ୍କା ସମେତ ୬ ଟି ମୋବାଇଲ ଜବତ ହୋଇଛି । ଜୁଆ ଆଡ୍ଡା ରୁ ମହିଳା ଗିରଫ ହେବା  ଜିଲ୍ଲା ପୋଲିସ ପାଇଁ ନୂଆ ଘଟଣା ହୋଇଥିବା କୁହାଯାଉଛି । ଥାନାଧିକାରୀ ପ୍ରକାଶ ଚନ୍ଦ୍ର ସାହୁ ଦେଇଥିବା ସୂଚନା ପ୍ରକାରେ   ବେଲଗୁଣ୍ଠା ସହର ର ଗୋପିନାଥ ସାହି ନିକଟରେ ଚାଲିଥିଲା ଜୁଆଖେଳ ।   ଏକ ନିର୍ଦିଷ୍ଟ ଘରର ଉଭୟପଟେ ତାଲା ପଡିଥିବା ବେଳେ  ଘର ଭିତରେ ଚତୁରତାର ସହ ଚାଲିଥିଲା ଜୁଆଖେଳ । ବିଶ୍ବସ୍ତ ସୂତ୍ରରୁ ସୂଚନା ପାଇ ପୋଲିସ ଚଢାଉ କରିଥିଲା । ଏନେଇ ବେଲଗୁଣ୍ଠା ଥାନା କେଶ୍ ନମ୍ବର ୩୫୪/୨୨ ରେ ଏକ ମାମଲା ରୁଜୁ କରିଛି ପୋଲିସ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୧୧/୨୦୨୨----୯,୨୦ Sakhigopal News,8/11/2022

ads

Blog Archive