ରାସ୍ତା କାମରେ ଘୋଟାଲା , ଜନତାଙ୍କ ଅର୍ଥ କିଏ ଲୁଟିଲା
କଟକ - କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ବରପୁଟ ପଞ୍ଚାୟତ ପସାଣିଆ ଗ୍ରାମର ଚଣ୍ଡୀପୁର ଠାରୁ ରାଜୀବ ପର୍ଯ୍ୟନ୍ତ ରାସ୍ତା କାମ ଚାଲିଛି । ଏହି ରାସ୍ତା ଟି RD ବିଭାଗ ଅଧୀନରେ ଅଛି । ଏହି ରାସ୍ତା କାମ ଅତ୍ୟନ୍ତ ନିମ୍ନମାନର ହୋଉଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । JE ଙ୍କ କହିବା କଥା ଏକ ଇଞ୍ଚ ମୋଟେଇ ର ପିଚୁ ପଡ଼ିବ । କିନ୍ତୁ ଲୋକମାନଙ୍କ ଅଭିଯୋଗ ସ୍ତାନେ ସ୍ଥାନେ ଏକ ଇଞ୍ଚ ର ପିଚୁ ପଡ଼ିଛି ଏବଂ ବାକି ସବୁସ୍ଥାନରେ ବହୁତ୍ ପତଳା ପିଚୁ ଦିଆଯାଇଛି । ପୁରୁଣା ପିଚୁ ଉପରେ କମ୍ ମାତ୍ରାର ପିଚୁ କେତେଦିନ ଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି।ଜନସାଧାରଣ ଙ୍କ ଅର୍ଥକୁ ସରକାରୀ କଳ ମାଧ୍ୟମରେ ଯଦି ଏହିପରି ବାଟ ମାରଣା କରାଯାଏ ତେବେ ଜନସାଧାରଣ ଙ୍କ ଭବିଷ୍ୟତ କଣ ହେବ ?। ଏହି ଘଟଣାରେ ସଂପୃକ୍ତ ଜୈନକ ବ୍ୟକ୍ତି ପ୍ରଭାତ କୁମାର ସାହୁ ସାମ୍ବାଦିକ ଙ୍କୁ ଧମକ ଦେଉଥିବା ବେଳେ ବିଗତ ଦିନରେ କାର୍ଯ୍ୟରତ ସାମ୍ବାଦିକ ଆଦିତ୍ୟ ରଣସିଂ ଏବଂ ନୂଆଗାଁ ସରପଞ୍ଚ ଭଗବାନ ପ୍ରଧାନଙ୍କ ନୃଶଂସ ହତ୍ୟାକୁ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଛି।ଏହାକୁ ପ୍ରଶାସନ ଗମ୍ଭୀରତା ର ସହ ନେଇ ଅସାଧୁ ବ୍ୟକ୍ତି ଙ୍କ ଲାଇସେନ୍ସ ରଦ୍ଧ କରିବା ସହ ସାମ୍ବାଦିକ ଙ୍କୁ ସୁରକ୍ଷା ଦେବାକୁ ନେଇ ସାଧାରଣ ରେ ଦାବି ହେଉଛି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ ,୮/୧୧/୨୦୨୨---୯,୧୦ Sakhigopal News,8/11/2022




