ମାଗଣା ଚକ୍ଷୁ ଚିକିତ୍ସା ଶିବିର
ବରଗଡ଼--- ବରଗଡ ଜିଲ୍ଲା ଭେଡେନ ବ୍ଲକ ଝରାପାଲି ମାର୍କେଟ, ଥୁଆପାଲି ଠାରେ ଥିବା ଲାୟନ୍ସ କ୍ଲବ , ଲିଓ କ୍ଲବ ଓ ତ୍ରିଲୋଚନ ନେତ୍ରାଲୟ ସମ୍ବଲପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଥିରେ ୧୫୫ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ମୋତଆ ବିନ୍ଦୁ ଅପରେସନ୍ ପାଇଁ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର କୁ ପଠାଯାଇଥିଲା ।ଏଥିରେ ଲାୟନ୍ସ କ୍ଲବର ସଦସ୍ୟ ଓ ଲିଓ କ୍ଲବର ସଦସ୍ୟ ସମସ୍ତ ଉପସ୍ଥିତ ରହି ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ଶିବିର ପରିଚାଳନା ରେ ସହଯୋଗ କରିଥିଲେ ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୬/୧୧/୨୦୨୨----୭,୪୫ Sakhigopal News,6/11/2022




