ads

Breaking News

ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ




ଭଞ୍ଜନଗର---ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ବୈଠକ ନାୟକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ମଞ୍ଚର ସଭାପତି ସୋମନାଥ ନାୟକ ସଭାପତିତ୍ୱ କରିଥିଲେ। ପୂର୍ବମାସର ବିବରଣୀ ପାଠ କରାଯାଇ ଗୃହୀତ ହୋଇଥିଲା । ସବୁଯାଗାରେ ବରିଷ୍ଠ ନାଗରିକ ମାନଙ୍କ କାର୍ଯ୍ୟାଳୟ ପାଇଁ ମନ୍ତ୍ରୀଭିତ୍ତି ପ୍ରସ୍ତର ସ୍ଥାପନ କରୁଥିବାବେଳେ ଭଞ୍ଜନଗର ପରି ସବ ଡିଭିସନାଲ ହେଡ଼ କ୍ଵାର୍ଟ ରେ ବହୁବାର ଦାବୀ ସତ୍ୱେ
ବରିଷ୍ଠ ନାଗରିକ ମାନଙ୍କୁ ଘର ଡିହ ଯୋଗାଇ ନ ଦେଇ ଟାଳ ଟୁଳ ନୀତି ଗ୍ରହଣ କରାଯାଉ ଥିବାରୁ ଭୀଷଣ କ୍ଷୋଭ ପ୍ରକାଶ ପାଇଛି । ନବନିଯୁକ୍ତ ତହସିଲଦାର ଙ୍କୁ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇବା ସାଙ୍ଗକୁ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରାଯିବ । ନୂତନ ସଦସ୍ୟ ବାବୁ ପାତ୍ରଙ୍କୁ ପରିଚୟ ପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିବା ଜଣାପଡିଛି।  ଆଲୋଚନାରେ ସର୍ବଶ୍ରୀ ବାଳକୃଷ୍ଣ ପାଢ଼ୀ, ବିପିନ କୁମାର ବେହେରା. ଲଡ଼ୁକେଶ୍ୱର ପ୍ରଧାନ ସନ୍ତୋଷ କୁମାର ମିଶ୍ର, ଗୋବିନ୍ଦ ଚନ୍ଦ୍ର ଲେଙ୍କା ରବିନାରାୟଣ ସାମନ୍ତ, ରଘୁନାଥ ପାତ୍ର, ପ୍ରତାପ ଚନ୍ଦ୍ର ସାହୁ, ସୁରେନ୍ଦ୍ର ସାହୁ ରଘୁନାଥ ସାହୁ ଆଲୋଚନା ରେ ଭାଗ ନେଇ ଥିଲେ ।  ସଭାପତିଙ୍କ ସହ ଉପସଭାପତି ବାଳକୃଷ୍ଣ ବେହେରା,  ସହ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ବରିଷ୍ଠ ଆଇନଜୀବୀ ବିଜୟ କୁମାର ପାତ୍ର ଓ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସମାଜସେବୀ  ଗୋପାଳ ଚନ୍ଦ୍ର ଲେଙ୍କା ଉପସ୍ଥିତ ଥିଲେ ।  ଶେଷରେ ସହ ସମ୍ପାଦକ ହରିକୃଷ୍ଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୬/୧୧/୨୦୨୨---୮,୧୦ Sakhigopal News,6/11/2022

 

ads

Blog Archive