ବରଗଡ଼ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କର ବୈଠକ
ବରଗଡ଼--- ବରଗଡ଼ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କର ଏକ ବୈଠକ ମହାରାଜା ହୋଟେଲ ଠାରେ ଅନୁଷ୍ଠିତ ହୋଇଥିଲା ଏଥିରେ ରାଜ୍ୟ ପରିଚାଲନା ମୁଖ୍ୟ ରାଜୀବ ଦାସ ଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରେ ଅପରେସନ ମ୍ୟାନେଜର ପ୍ରଣବ ମହାପାତ୍ର, ସହକାରୀ ପରିଚାଳକ ସୋମନାଥ ପାଣଗ୍ରାହୀ , କଲ ସେଣ୍ଟର ର ମ୍ୟାନେଜର ସନ୍ତୋଷ ସାମନ୍ତ , ଏବଂ କ୍ଲଷ୍ଟର ଲିସର୍ ଭରତ କୁମାର ପଣ୍ଡା ଓ ଅଜୟ ପୁରୋହିତ ପ୍ରମୁଖ ଯୋଗଦାନ କରି ଆମ୍ବୁଲାନ୍ସ କର୍ମଚାରୀ ମାନଙ୍କୁ କାମ କରିବାର ଶୈଳୀ ଠିକ୍ ସମୟରେ ରୋଗୀ ମାନଙ୍କର ପାଖରେ ଆମ୍ବୁଲାନ୍ସ ପହଞ୍ଚାଇବା ଓ ଡାକ୍ତରଖାନାର ସେବା ଯୋଗାଇବା ତଥା ସୁରକ୍ଷିତ ଆମ୍ବୁଲାନ୍ସ ଚାଳନା ପାଇଁ ପରାମର୍ଶ ଦେଇଥିଲେ । ନିଜ କାମରେ ଉତ୍ତମ ପାରଦର୍ଶିତା ଦେଖାଇଥିବା ଉପଯୋଗୀ କର୍ମଚାରୀମନଙ୍କୁ ପୁରସ୍କୃତ କରାଯାଇଥିଲା । ଏଥିରେ ଫାର୍ମାସିଷ୍ଟ ଇ. ଏନ୍. ଟି କ୍ଷୀରସିନ୍ଧୁ ନାଗ ସମେତ ଉପଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ପରିଶେଷରେ ରୋଗୀଙ୍କୁ ଉତ୍ତମ ସେବା ଯୋଗାଇ ଦେବାର ଦୃଢ଼ ନିଷ୍ପତ୍ତି ନିଆଯାଇଥିଲା।୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଫାର୍ମାସିଷ୍ଟ ,ଚାଳକ ଓ ହେଲପର ମାନେ ଯୋଗ ଦେଇଥିଲେ। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୭/୧୧/୨୦୨୨---୮,୧୦ Sakhigopal News,7/11/2022



