ads

Breaking News

ଜନ୍ମମାଟି ର ପହଞ୍ଚିଲା , ଜବାନ୍ ଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସ଼ହ ଶେଷକୃତ୍ୟ ସମ୍ପନ୍ନ



ଭଞ୍ଜନଗର -  ଉତ୍ତରାଖଣ୍ଡ ର ଚମ୍ପାଓ୍ବାଡା ରେ କାର୍ଯ୍ୟରତ  ଓଡିଆ ଯବାନ୍ ଙ୍କ ହୃଦଘାତରେ ମୃତ୍ୟୁ ହୋଇଥିଲା। ନିଜ ଜନ୍ମ ମାଟିରେ ପହଞ୍ଚିଲା ପାର୍ଥିବ ଶରୀର । ଏଭଳି ଆକସ୍ମିକ ଦେହାନ୍ତ ଖବରକୁ ସହଜରେ ଗ୍ରହଣ କରିପାରୁନଥିଲେ ଅଞ୍ଚଳବାସୀ ଓ ପରିବାର ଲୋକେ । ତଥାପି ଦେହାନ୍ତ ଭଳି ଚିରନ୍ତନ ସତ୍ୟ କୁ ମାନି ନେବାକୁ ପଡିଥିଲା ସମସ୍ତଙ୍କୁ । ଶୋକାକୁଳ ପରିବେଶ ଭିତରେ ଶେଷ ଦର୍ଶନ ସହ  ଅଶ୍ରୃଳ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଭାଗ ପକ୍ଷରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦେବାପରେ  ଜବାନ ଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ଲଣ୍ଢେଇସାହି ରେ ଶନିବାର ଅପରାହ୍ନରେ ଏଭଳି ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଥିଲା ।  ଖବର ପ୍ରକାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଗୁଣ୍ଡରିବାଡି ପଞ୍ଚାୟତର ଗୋହିରିବାଡି ଗ୍ରାମର ସ୍ବର୍ଗତ ରାଧାମୋହନ ପ୍ରଧାନଙ୍କ ପୁଅ ଅମ୍ବିକା କୁମାର ପ୍ରଧାନ । ସେ ଉତ୍ତାରଖଣ୍ଡ ର ଚମ୍ଫାଓ୍ବଡ୍ ଜିଲ୍ଲାରେ ସେନା ବିଭାଗର ଜେନେରାଲ ରିଜର୍ଭ ଇଞ୍ଜିନିୟର ଫୋର୍ସରେ କାଯ୍ୟରତ ଥିଲେ । ଶୁକ୍ରବାର ମଧ୍ୟାହ୍ନରେ ସେ ଖାଇବା ସମୟରେ ଅମ୍ବିକା ଛାତିରେ ଯନ୍ତ୍ରଣା  ଅନୁଭବ କରିବାରୁ  ତାଙ୍କୁ  ଚମ୍ଫାଓ୍ବଡ୍ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ମୃତ ଯବାନ୍ ଅମ୍ବିକା ବହୁ ବର୍ଷ ହେଲା ଭଞ୍ଜନଗର ବ୍ଲକର ଲାଲସିଙ୍ଗି ପଞ୍ଚାୟତରେ ଥିବା ଲଣ୍ଡେଇସାହି ୟୁନିଟ୍ - ୨  ରେ ତାଙ୍କ ପରିବାର ରହି ଆସୁଥିଲେ । ଏହି ଖବର  ଅମ୍ବିକା ଙ୍କ ପରିବାର ଲୋକଙ୍କ ନିକଟରେ ପହଞ୍ଚିଥିଲା ।  ପରେ କିଛି ସମୟ ମଧ୍ୟରେ ଭଞ୍ଜନଗର ଅଞ୍ଚଳ ଓ ନିଜ ଗ୍ରାମ ଗୋହିରିବାଡି ଗ୍ରାମରେ ଦେହାନ୍ତ ଖବର ପ୍ରଘଟ ହେବାପରେ ଶୋକର ଛାୟା ଖୋଲିଯାଇଥିଲା । ମୃତ ଯବାନ୍ ଅମ୍ବିକା ୨୫ ବର୍ଷ ରୁ ଉର୍ଦ୍ଧ ସମୟ ଧରି ସେନାବାହିନୀ ରେ କାର୍ଯ୍ୟ କରିଆସୁଥିଲେ । ଘରେ ତାଙ୍କର  ସ୍ତ୍ରୀ , ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି  । ସେନା ବିଭାଗର ସ୍ବତନ୍ତ୍ର ବିମାନ ଯୋଗେ ତାଙ୍କ ମରଶରୀରକୁ ଭୁବନେଶ୍ୱର ଅଣା ଯାଇଥିଲା ।  ସେଠାରୁ ସ୍ବତନ୍ତ୍ର ଗାଡି ଯୋଗେ , ଭଂଜନଗର ରେ ମୃତଦେହ ପହଞ୍ଚିଥିଲା । ମୃତଦେହ ଗ୍ରାମ ରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ପରେ ଯବାନ ଅମ୍ବିକାଙ୍କ ପାର୍ଥିବ ଶରୀରକୁ ଶୋଭାଯାତ୍ରା ରେ ନେଇ ବେଲେଶ୍ୱର ପୀଠ ସ୍ମଶାନ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଗାର୍ଡ ଅଫ୍ ଅନର୍  ଦିଆଯାଇଥିଲା ଏବଂ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
 ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୧୧/୨୦୨୨---୭,୫୦ Sakhigopal News,5/11/2022

ads

Blog Archive

Popular Posts